ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ

ନକଲି ଔଷଧ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ମହାମାରୀ ସମୟରେ ଲୋକେ ଜୀବନ ମରଣ ସମସ୍ୟା ମଧ୍ୟରେ ଗତିକରୁଥିବାବେଳେ ଔଷଧ ଏକମାତ୍ର ସାହା ଭରଷା ପାଲଟି ଯାଇଛି । ତେଣୁ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ । ନକଲି ଔଷଧ ବ୍ୟବସାୟରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନକଲି ଔଷଧ ବେପାରୀଙ୍କୁ…

Read More

କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ

କରୋନା କଟକଣାରେ ପାଳନ ହେବ ରଜ ଆରମ୍ଭ ହେଲା ପୂର୍ବର ସଜବାଜ କଟକ(ଏନ୍‌.ଏମ୍‌.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ ଘରେ ପିଠାପଣା ତିଆରି କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରିହୋଇଥିବା ଲକ୍‌ଡାଉନ ଓ…

Read More

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ, କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର

କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର କଟକ(ଏନ୍‌.ଏମ୍‌.): ଲକ୍‌ଡାଉନ ଓ ସଟଡାଉନ ସମୟରେ କଟକ ସହରରେ ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ଗୋଟିଏ ଦିନରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ରାକେଟ ଠାବ ହୋଇଛି । ମାଲଗୋଦାମ ଥାନା ପୁଲିସ ଏକ ହୋଟେଲରେ ଚଢଉ କରି ଜଣେ ଯୁବତୀକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ବାଦାମବାଡି…

Read More

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ

କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ କଟକ (ଏନ୍‌.ଏମ୍‌.): କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କେଣ୍ଟ୍ରାଲ ସ୍କ୍ୱାଡ ଦ୍ୱାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି । ଏହା ୧୭୦ ପେଟିରେ ୧୭ହଜାର ଟାବଲେଟ ରହିଥିଲା । ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି । କିଛି ପରିମାଣର ନକଲି ଫାଭିପିରାଭିର ଗୋୱାଲିୟରକୁ ପଠାଯାଇଛି । ନକଲି…

Read More

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର…

Read More

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କଟକ (ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଜେଲ ୱେଲଫେୟାର ପକ୍ଷରୁ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଟକ ସହରର ବିଭିନ୍ନ ଅଞ୍ଚଳ ସମେତ କଲେଜ ଛକ ଅଞ୍ଚଳରେ ବସବାସ କରୁଥିବା ୭୦ଜଣ କିନ୍ନରମାନଙ୍କୁ ଚାଉଳ, ଚୂଡା, ତେଲ, ଅଟା, ଚିନି, ହରଡ ଡାଲି ଭଳି ବିଭିନ୍ନ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏସିପି ଅମରେନ୍ଦ୍ର ପଣ୍ଡା, ଜିଲ୍ଲା…

Read More

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ ଭୁବନେଶ୍ୱର (ଏନ.ଏମ୍‌.): ଦେଶରେ ଗତ ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବୃଦ୍ଧି ପାଇଛି । ତେବେ ଗତ ୫ ମାସ ମଧ୍ୟରେ ୪୩ ଥର ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ଦେଶବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏମିତିକି ଦେଶର…

Read More

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ ଭୁବନେଶ୍ୱର (ଏନ୍‌.ଏମ୍‌.): ମାଓବାଦୀ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ଏନକାଉଣ୍ଟରରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି । ଏ ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି । ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସରଏକ ମିଳିତ ଟିମ୍ ଉପରକୁ ମାଓବାଦୀମାନେ ପ୍ରଥମେ…

Read More

ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବି : ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବି ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡ଼ିଶା ପର୍ଯ୍ୟାବରଣ ମଞ୍ଚର କଟକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ କଟକ ଜିଲ୍ଲାପାଳଙ୍କୁ ସ୍ମରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହାନ ଗୁଡ଼ିକୁ ବନ୍ଦ କରାଯିବା, ନିର୍ଦ୍ଧାରିତ ମାନକ ଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି, କଳକାରଖାନା ତଥା ପରିବହନ ସଂସ୍ଥା…

Read More

ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ

ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନ ଠାରେ ଖୋଲାଯାଇଥିବା କଟକର ପ୍ରଥମ ପ୍ରିପେଡ଼ ଅଟୋ ସେବା ଏବେ ବନ୍ଦ ହେବାକୁ ଯାଉଥିବା ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଧରି ଏହି ସେବାରେ ନିୟୋଜିତ ଥିବା ଅଟୋଚାଳକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନର ବିଫଳତା ଯୋଗୁଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଅଟୋଚାଳକ ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ବହୁବିଧ…

Read More

ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ

ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ କଟକ (ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲାରେ କରୋନା ସଂକ୍ରମଣ ଜାରି ରହିଛି । ତେବେ ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଣେ କରୋନା ସଂକ୍ରମିତ ହେଲେ ଆମ୍ବୁଲନ୍ସ ଯୋଗେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ରୋଗୀମାନଙ୍କୁ ନିଆଯାଉଛି । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାରେ ଆମ୍ବୁଲାନ୍ସର ଆବଶ୍ୟକତା ପୂରଣ କରିବା ପାରାଦୀପ…

Read More

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ

ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ ୫ ବନ୍ଧୁକ, ୩୦ ଗୁଳି, ମୋଟରସାଇକେଲ, ମୋବାଇଲ ଜବତ କଟକ(ଏନ୍‌.ଏମ୍‌.): ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢାଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି । ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ପେସାଦାର ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା…

Read More