ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ

ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ


ନୂଆଦିଲ୍ଲୀ(ଏଜେନ୍ସି): ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ। ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଇନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ ରହିଛି। ମାଇକ୍ରୋ ବ୍ଲଗଂ ସାଇଟ ‘ଏକ୍ସ’ର ସର୍ଭର ଡାଉନ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍ରେ ଏକ୍ସ ଚଳାଉଥିବା ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଏହାକୁ ଆଉ ବ୍ୟବହାର କରିପାରୁ ନାହାନ୍ତି। ସେପଟେ ସୋଶାଲ ମିଡିଆ ଏକ୍ସରେ ମଧ୍ୟ ଖୋଦ୍#TwitterDown ଟ୍ରେଣ୍ଡ କରୁଛି। ହୋମ୍ ପେଜ୍ରୁ ସବୁ କିଛି ଗାଏବ ହୋଇଯାଇଛି। ହୋମ୍ ପେଜ୍ରେ କେବଳ welcome to X ଲେଖାଅଛି। ତେବେ କାହିଁକି ଏଭଳି ସ୍ଥିତି ହୋଇଛି ସେନେଇ ଏକ୍ସ ପକ୍ଷରକୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏକ ଘଣ୍ଟା କାଳ ଟ୍ୱିଟର୍ ଠପ୍ ହେବା ପରେ ପୁଣି ଥରେ ରିଷ୍ଟୋର ହୋଇଥିବା ସୂଚନା ମିଳିଛି।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *