ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା

ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକଙ୍କ ସହ ଇପିଏଫ ପେନସନର୍ସ ସଙ୍ଘର ଆଲୋଚନା

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଗସ୍ତରେ ଆସିଥିବା ଭାରତର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଡି. ରାଜାଙ୍କୁ ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ନେତୃବୃନ୍ଦ ସାକ୍ଷାତ କରି ଆଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ଭଗବତୀ ଭବନ ଠାରେ ହୋଇଥିବା ଆଲୋଚନାରେ ଇପିଏଫ ପେନସନଭୋଗୀଙ୍କର ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଏବଂ ସମସ୍ତ ଇପିଏଫ ପେନସନଭୋଗୀଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବା ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା । ଉପରୋକ୍ତ ସମସ୍ତ ଦାବି ପ୍ରତି ସମର୍ଥନ ଜଣାଇ ସେସବୁର ପୂରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଡି. ରାଜା ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଏବଂ ରାଜ୍ୟ ସମ୍ପାଦକ ଅଭୟ ସାହୁଙ୍କ ସମେତ ଇପିଏଫ ପେନସନର୍ସ ସଂଘ ତରଫରୁ ବିଜୟ କୁମାର୍ ଜେନା, ଗୌରାଙ୍ଗ ପାଣିଗ୍ରାହୀ, ସରୋଜ କାନ୍ତ ମଲ୍ଲିକ, ପ୍ରକାଶ ପଟ୍ଟନାୟକ, ପ୍ରଭାକର ପରିଡ଼ା, ଉର୍ବଶୀ ମିଶ୍ର, ବିକ୍ରମ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଓଡ଼ିଶା ଗସ୍ତରେ ଆସିଥିବା ଏଆଇଟିୟୁସିର ସାଧାରଣ ସମ୍ପାଦିକା ଅମରଜିତ୍ କୌରଙ୍କୁ ଗତ କାଲି ଇପିଏଫ ପେନସନର୍ସ ସଂଘର ପ୍ରତିନିଧିମାନେ ଭୁବନେଶ୍ୱରରେ ସାକ୍ଷାତ କରି ଓଡିଶା ସମେତ ଦେଶରେ ଥିବା ୭୬ ଲକ୍ଷ ଇପିଏଫ ପେନସନଭୋଗୀଙ୍କ ସମସ୍ୟା ଏବଂ ଉପରୋକ୍ତ ଦାବି ବାବଦରେ ଆଲୋଚନା କରିଥିବା ବିଷୟ ଇପିଏଫ ପେନସନର୍ସ ସଂଘର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *