ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

News by Kanhu Charan Panda (Cuttack)

#କଟକ(ଏନ୍‌.ଏମ୍‌.): “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୫୦୦ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୫୦୦/ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ସ୍ଥିତ ତହସିଲଦାର ଟାଙ୍ଗୀ-ଚୌଦ୍ୱାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସମ୍ପ୍ରତି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦିଆଯାଉଥିବା ଭତ୍ତା ରାଶି ଖୁବ କମ । ବଜାର ଦରକୁ ଦେଖିଲେ ଜଣେ ବ୍ୟକ୍ତି ବର୍ତ୍ତମାନ ପାଉଥିବା ୫୦୦ଟଙ୍କା ଭତ୍ତାରେ ମାସ ସାରା ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର । ସମ୍ପ୍ରତି ଆନ୍ଧ୍ରରେ ୨୫୦୦/-, ଅରୁଣାଚଳ ପ୍ରଦେଶରେ ୧୫୦୦/-, ଚଣ୍ଡୀଗଡରେ ୨୦୦୦/-, ଦିଲ୍ଲୀରେ ୨୫୦୦/-, ହରିଆନାରେ ୩୦୦୦/-, କେରଳରେ ୧୬୦୦/-, ସିକିମରେ ୧୫୦୦/-ରୁ ୨୫୦୦/-, ଉତ୍ତରାଖଣ୍ଡ ଓ ପଞ୍ଜାବରେ ୧୫୦୦/-ଟଙ୍କା ଥିବାବେଳେ ଓଡ଼ିଶାରେ ମାତ୍ର ୫୦୦ଟଙ୍କା ରୁ ୭୦୦ଟଙ୍କା । ତେଣୁ ଓଡ଼ିଶାରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଅନ୍ୟୁନ ୧୫୦୦/- ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ ଯୁବନେତା ଜିନେସ ଦାସ, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସଂଗଠନ ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ଯୁବ ନେତା ସୁକାନ୍ତ ସାହାଣୀ, ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ରଶ୍ମିକାନ୍ତ ସାମଲ, ଦୁର୍ଯୋଧନ ପ୍ରଧାନ, ଛାତ୍ରନେତା ତଥା ଆଇନଜୀବୀ ଓମପ୍ରକାଶ ପଣ୍ଡା, ସୁବାସ ସୁବୁଦ୍ଧିରାୟ, ଶ୍ରମିକନେତା ଲଷ୍ମୀଧର ଶରଣ, ହରିହର ପରିଡା, ବରିଷ୍ଠ ନାଗରିକ ଗୋବର୍ଦ୍ଧନ ସାହୁ, ପ୍ରମୋଦ ମହାନ୍ତି, ଋଷି ବେହେରା, ପ୍ରବୀର ରଥ, ନାରୀନେତ୍ରୀ ସୁମତି ହେମ୍ବ୍ରମ, ଜୟ ନାରାୟଣ ତ୍ରିପାଠୀ, କିଶୋର ନାୟକ, ଲଳିତ ଭୂୟାଁ, ପ୍ରିତିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *