ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ: ଓଲଟପୁର ନିରତାର ଚିକିତ୍ସାକେନ୍ଦ୍ରର ଉନ୍ନତିକରଣ ହେବ
କଟକ(ଏନ୍.ଏମ୍.): କଟକ ଜିଲ୍ଲା ଓଲଟପୁର ସ୍ଥିତ ନିରତାର ଅସ୍ଥି ଚିକିତ୍ସା ପ୍ରତିଷ୍ଠାନର ଉନ୍ନତିକରଣ ହେବ । ସେଠାରେ ରୋଗୀମାନେ ଯେପରି ସୁବିଧାରେ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ ସେ ନେଇ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା ଏବଂ ୫-ଟି ସେକ୍ରେଟାରୀ ଭି.କେ. ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗୀମାନେ ଯେପରି ସୁବିଧାରେ ନିରତାରରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର ନିରତାର୍ ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବାକୁ ନିଷ୍ପତ୍ତି ହୋଇଛି । ହସ୍ପିଟାଲ ପାର୍ଶ୍ୱରେ ଥିବା ଜମି ଅଧିଗ୍ରହଣ କରି ସେ ଅଞ୍ଚଳର ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତଥିଲେ ।