ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଶାନ୍ତି କମିଟିର ନିବେଦନ

ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଶାନ୍ତି କମିଟିର ନିବେଦନ

ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଶାନ୍ତି କମିଟିର ନିବେଦନ


କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ଉପରେ ଜାରି କରିଥିବା କଟକଣାକୁ କୋହଳ କରିବା ପାଇଁ ଉଭୟ ଶାନ୍ତି କମିଟି କର୍ମକର୍ତ୍ତାମାନେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ଉପରେ ଲଗାଯାଇଥିବା କଟକଣାର ପୁନଃବିଚାର କରିବାକୁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟିର ମିଳିତ ସଭାରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ଆସନ୍ତା ୧୬ ତାରିଖ ମଧ୍ୟରେ ସରକାର ଏହାର ପୁନଃବିଚାର ନକଲେ, ପୁନଃଶ୍ଚ ଉଭୟ ଶାନ୍ତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଅନ୍ୟ ଏକ ପ୍ରସ୍ତାବ ସର୍ବସମ୍ମତ କ୍ରମେ ଅନୁମୋଦନ ଲାଭ କରିଛି । ଉକ୍ତ ପ୍ରସ୍ତାବକୁ ମହାନଗର ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଦାଶ ଆଗତ କରିଥିଲେ ଏବଂ ଏହା ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା ।
ଆଜି ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷଠାରେ କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମହାନଗର ଶାନ୍ତି କମିଟି ସାଧାରଣ ସଂପାଦକ ଭିକାରୀ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାରେ ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ମୂର୍ତ୍ତି ନିର୍ମାଣ ଓ ଦର୍ଶନ କଟକଣାରେ କୋହଳ କରାଯିବନାହିଁ ବୋଲି ବକ୍ତବ୍ୟ ଉପରେ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କ ଏହି ନିଷ୍ପଭିର ପୁନଃବିଚାର କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ଏହି ସଭାରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ରାଜ୍ୟ କଂଗ୍ରେସ ଉପସଭାପତି ସୁରେଶ ମହାପାତ୍ର, କଟକ ନଗର ବିଜେପିର ପୂର୍ବତନ ସଭାପତି ଲକ୍ଷ୍ମୀଧର ପ୍ରଧାନ, କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ସିପିଆଇ କଟକ ଜିଲ୍ଲା ସଂପାଦକ ଅମରେନ୍ଦ୍ର ମହାନ୍ତି, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ସର୍ବଶ୍ରୀ ସୂର୍ଯ୍ୟକାନ୍ତ ସାଙ୍ଗାନାରିଆ, ରାଜକିଶୋର ନାୟକ, ଶିବେନ୍ଦ୍ର ହାତୀ, ନୃସିଂହ ଚରଣ ଚୌଧୁରୀ, ଦେବାଶିଷ ରାୟ, ନରେଶ ଚନ୍ଦ୍ର ସାହୁ, ଦେବାଶିଷ ଘୋଷ, ଡକ୍ଟର ଦ୍ୱୀପାୟନ ପଟ୍ଟନାୟକ, ଦେବେନ୍ଦ୍ରନାଥ କାହାଳୀ, ଲେଲିନ୍ ଖୁଣ୍ଟିଆ, କ୍ଷୀରୋଦ କୁମାର ସାହୁ, ସୁରେନ୍ଦ୍ର ଦାସ, ସୁବାଶିଷ ପଟ୍ଟନାୟକ, ସରୋଜରଞ୍ଜନ କର, ଭୀମସେନ ସାହୁ, ସରୋଜ ଦାସ ଓ ନିରଞ୍ଜନ ସାହୁ ପ୍ରମୁଖ ଭାଷଣ ଦେଇ ସରକାର ପୁନଃବିଚାର କରିବାପାଇଁ ନିବେଦନ କରିଥିଲେ । ଶେଷରେ ପୂର୍ବାଞ୍ଚଳ ଶାନ୍ତି କମିଟି ସଂପାଦକ ପ୍ରଫୁଲୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଠକରେ ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ଗାଳି ସହିତ ହୋ ହାଲ୍ଲା
ଗତ କାଲି ସ୍ୱତନ୍ତ୍ର ରିଲିଫ କମିଶନର ୪ଫୁଟ ମୂର୍ତ୍ତି ଉପରେ ପୂର୍ବ ଗାଇଡ଼ଲାଇନ ବଳବତ୍ତର ରହିବ ବୋଲି କହିବା ପରେ ସ୍ଥିତି ଆହୁରି ଅଡ଼ୁଆ ହୋଇ ଯାଇଛି । ଫଳରେ କଟକରେ ଅସନ୍ତୋଷ ତିବ୍ରତର ହେବାରେ ଲାଗିଛି । ଆଜି ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଜନସାଧାରଣଙ୍କ ପୁଞ୍ଜିଭୁତ ଅସନ୍ତୋଷ ବୈଠକରେ ପ୍ରକାଶ ପାଇଥିଲା । ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାରୀ ନିଷ୍ପତ୍ତି ପ୍ରସଙ୍ଗ ଆଜି କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ବୈଠକରେ ପ୍ରବଳ ହୋହଲ୍ଲା ହୋଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବକ୍ତବ୍ୟ ରଖୁଥିବା ବେଳେ କମିଟି ସଦସ୍ୟମାନେ ହୋହଲ୍ଲା କରିଥିଲେ । ଏପରିକି ଶ୍ରୀ ବିଶ୍ୱାଳଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ଉପରେ ସହରବାସୀଙ୍କ ଆସ୍ଥା ନଥିବା ଭଳି ଆରୋପ ଲଗାଇଥିଲେ । ସେଠାରେ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରି ବୈଠକରେ ହୋହଲ୍ଲା ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ