ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର

News by Akshaya Biswal (Rairang Pur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ରେଳ, ସବୁଥିରେ ପଛୁଆ । ଏହା ୭ ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ । ଶତକଡା ୬୫ ଭାଗରୁ ଉର୍ଦ୍ଧ୍ୱ ଆଦିବାସୀ ଶ୍ରେଣୀର ଥିବାବେଳେ ୨୫ ଭାଗ ପଛୁଆ ବର୍ଗ । ନଦୀ, ନାଳ, ଜଙ୍ଗଲ, ପର୍ବତ, ଘାଟୀ ଏହା ଚାରିପଟକୁ ଘେରି ରହିଛି । ଜିଲ୍ଲା ସଦରମହକୁମା ବାରିପଦାରୁ ସିମାନ୍ତ ତିରିଂ ୧୨୦ କିମି ରୁ ଉର୍ଦ୍ଧ୍ୱ । ଚାରିପଟେ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଘେରି ରହିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମଳରେ ୧୩ରୁ ୩୦ଜିଲ୍ଲା ଗଠନ ସମୟରେ କୌଣସି ନା କୌଣସି କାରଣରୁ ରାଇରଙ୍ଗପୁର ଜିଲ୍ଲା ବାଦ ପଡି ଯାଇଥିଲା । ଯାହାକୁ ନେଇ ବିଜୁ ପଟ୍ଟନାୟକ ଅବଶୋଷ କରିଥିଲେ । ସେବେ ଠାରୁ ବାମନଘାଟୀ ଉପଖଣ୍ଡ ବାସୀ ସରକାରଙ୍କ ନୂତନ ଜିଲ୍ଲା ଘୋଷଣାକୁ ଚାତକ ପରି ଚାହିଁ ରହିଛନ୍ତି । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ କିଛି ବର୍ଷ ହେଲା ବାମନଘାଟୀ ଉପଖଣ୍ଡରେ ରାଇରଙ୍ଗପୁର ଜିଲ୍ଲା ଆନ୍ଦୋଳନ ଜୋରଦାର ଜାରି ରହିଛି । ତେବେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ମହାମହିମ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପାଇଁ ଲିଖିତ ଦାବିପତ୍ର ପତ୍ର ପ୍ରଦାନ କରାଯାଇଛି । ଆନ୍ଦୋଳନକୁ ତିବ୍ରତର କରିବା ପାଇଁ କମିଟି ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଘୋଷଣା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଉଛି । ଏହି ପରିପ୍ରକ୍ଷୀରେ ବାମନଘାଟୀ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ନୂତନ ଜିଲ୍ଲା ଦାବିରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ପୂର୍ବତନ ବିଧାୟକ ଶ୍ୟାମ ସୁନ୍ଦର ହାଁସଦାଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାପାଳ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ପାଇଁ କହିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ