ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ

ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ

News by Aditya Paital (Banki)

#ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ କର୍ମକୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଆର୍ତ୍ତବନ୍ଧୁ ବେହେରାଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ସ୍ପେଶାଲ ରିଲିଫ କମିଶନ ପଦ୍ମନାଭ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲା ପ୍ରକଳ୍ପ ଅଧିକାରୀ ବାପି ବିଶ୍ୱଜିତ୍ ସାହୁ, ବାଙ୍କୀ ବ୍ଲକ ଅତିରିକ୍ତ ବିଡିଓ ଶୁଚିଶ୍ମିତା ନାୟକ, ସମିତି ସଭ୍ୟ ରଶ୍ମିରଞ୍ଜନ ସାମନ୍ତରାୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳକୃଷ୍ଣ ମିଶ୍ର, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସମ୍ପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳେଇ, ପ୍ରାଣୀ ଚିକିତ୍ସା ଅଧିକାରୀ ମୋନାଲିସା ପ୍ରିୟ ଦର୍ଶିନୀ ସେଠୀ, କଟକ ନୋଡାଲ ଏନ୍‌ଜିଓ ସାବିତ୍ରୀ ଜନସେବା ଅନୁଷ୍ଠାନ ମୁଖ୍ୟ ବିଭୁତି ରାୟ ରାଜ୍ୟ ସଂଜୋଜିକା ବିସ୍ମିତା ରାୟ ପ୍ରମୁଖ ଯୋଗ ଦେଇଥିଲେ । ମୁଣ୍ଡଳୀ ଏନ୍‌ଡିଆର୍‌ଏଫ୍‌ଟିମ୍ ଯୁବକ ଯୁବତୀମାନଙ୍କୁ ଜୀବନ ରକ୍ଷା, ବନ୍ୟା, ବାତ୍ୟା, ସର୍ପ ଦଂଶନ, ବଜ୍ରପାତ, ଆଦି ବିଭିନ୍ନ ସମସ୍ୟାରୁ ଜନ ସାଧାରଣମାନଙ୍କୁ କିପରି ଉଦ୍ଧାର କରିପାରିବେ ସେ ସମସ୍ତ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ମାଧ୍ୟମରେ ଶିଖାଇ ଥିଲେ । ଉକ୍ତ ଏନଜିଓର କର୍ମକର୍ତ୍ତା ମାମଲି ଦାସ, ବିଶାଖା ରାୟ, ଜୟନ୍ତ କୁମାର ବେଉରା, ଓସ୍ତିଆ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ଆଶାକର୍ମୀ ଅଙ୍ଗନ ୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସରପଞ୍ଚ ଆର୍ତ୍ତ ବନ୍ଧୁ ବେହେରା ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *