ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

News by Padmalochan Mishra (Cuttack)

#ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ ଆର୍ଥିକ ସୁବିଧା, ଫାର୍ମାସିଷ୍ଟ ପରିବର୍ତ୍ତେ ଫାର୍ମାସିଷ୍ଟ ଅଫିସର ପ୍ରମୁଖ ଦାବି ଉପସ୍ଥାପନ କରିବା ପାଇଁ ତା ୧୬-୦୯-୨୩ରିଖ ଶନିବାର ଲୋୟର ପିଏମଜି, ଭୁବନେଶ୍ୱର ଠାରେ ଦିବା ଘ୧୦ଟିକା ଠାରୁ ଅପରାହ୍ନ ଗ୫ଟିକା ମଧ୍ୟରେ ସମାବେଶ ପାଇଁ ନିଷ୍ପତି ନିଆଯାଇଛି । ଓଡିଶାର ସମସ୍ତ ଜିଲ୍ଲାରୁ ଫାର୍ମାସିଷ୍ଟ ଉକ୍ତ ସମାବେଶରେ ଯୋଗ ଦେଇ ସରକାରଙ୍କର ଅବିଚାର ବିରୁଦ୍ଧରେ ଓ ନିଜର ଅସନ୍ତୋଷ ପ୍ରକାଶ କରିବା ପାଇଁ ଶକ୍ତି ପ୍ରଦର୍ଶନ କରି ସ୍ୱର ଉତ୍ତୋଳନ କରିବେ ଏବଂ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ । ଏହା ଏକ ଶାନ୍ତିପୁର୍ଣ୍ଣ ସମାବେଶ ହେବ ବୋଲି ସଂଘର ସଭାପତି ଚିନ୍ମୟ କୁମାର ସିହ୍ନା, ସଂପାଦକ ଶ୍ରୀକାନ୍ତ କୁମାର ଜେନା, ଉପ-ସଭାପତି ସୁଧାଂଶୁ ଶେଖର ପଣ୍ଡା, ଦଶରଥ ଦାସ, ସୁବ୍ରତ କୁମାର ଶତପଥି, ନାରାୟଣ ପ୍ରସାଦ ତିୱାରି, ରଣଜିତ୍ କୁମାର ସାହୁ, ଅନନ୍ତ ମୁର୍ମୁ, ସାରଦା ବେହେରା, ଅର୍ନ୍ତଯ୍ୟାମୀ ଲେଙ୍କା, ପ୍ରଶାନ୍ତ କୁମାର ନାଏକ, ରିୟାଦୁଦିନ୍ ଖାନ୍ ପ୍ରମୁଖ ସଂଘ ପକ୍ଷରୁ ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ