ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଦେଶରେ ଇପିଏଫ ପେନସନ ଦାବି ପାଇଁ ଲୋକସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଦାବି ଉଠାଇଥିବାରୁ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡିଶା ସମେତ ସାରା ଦେଶରେ ଥିବା ଇପିଏଫ ପେନସନ ଭୋଗୀମାନେ ପାଉଥିବା ସର୍ବନିମ୍ନ ପେନସନ ୧୦୦୦ଟଙ୍କାରୁ ୯୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସାଂସଦ ଲୋକସଭାରେ ଦାବି କରିଛନ୍ତି । ଓଡିଶାର ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଦାବି ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଅର୍ଥ ଓ ଶ୍ରମ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଇପିଏଫ ପେନସନଭୋଗୀ ମାନେ ସ୍ୱଳ୍ପ ପେନସନ ପାଇ ଅତ୍ୟନ୍ତ ଦୁଃଖ ନୈରାଶ୍ୟ ମଧ୍ୟରେ ଗତି କରୁଥିବା ଅବଗତ କରାଇଛନ୍ତି । ପୁନଶ୍ଚ କେନ୍ଦ୍ରସରକାର ଇପିଏଫ ପେନସନ ଭୋଗୀମାନଙ୍କୁ ବିନା ମହଙ୍ଗାଭତ୍ତାରେ ୨୦୧୪ ମସିହାରୁ ମାସିକ ୧୦୦୦ ଟଙ୍କା ପେନସନ ଦେଇ ଆସୁଛନ୍ତି; ଏହି ସ୍ୱଳ୍ପ ପେନସନ ପାଇ ବରିଷ୍ଠ ନାଗରିକ ମାନେ ଆର୍ôଥକ ଅନାଟନରେ ଦିନ କାଟୁଛନ୍ତି । ସର୍ବନିମ୍ନ ପେନସନ ବୃଦ୍ଧି ଦାବିକୁ କେନ୍ଦ୍ର ସରକାର ଅଣଦେଖା କରୁଥିବାରୁ ସମ୍ପୃକ୍ତ ପେନସନଭୋଗୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଥିବା ମଧ୍ୟ ସଂସଦରେ ପ୍ରକାଶ କରିଛନ୍ତି । ତେବେ ଇପିଏଫ ପେନସନ ଭୋଗୀଙ୍କ ଏହି ଦୁରାବସ୍ଥାକୁ ଉପଲବଧୀ କରିପାରି ସାଂସଦ ଶ୍ରୀମତୀ ମଣ୍ଡଳ ଉକ୍ତ ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପିତ କରିଥିବାରୁ ଅଲ ଓଡିଶା ଇପିଏଫ ପେନସନର୍ସ ସଙ୍ଘ ତରଫରୁ ଭାଗ୍ୟଧର ବ୍ରହ୍ମାଙ୍କ ସମେତ ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ