୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବରିଷ୍ଠ କିରାଣି


କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡ଼ିକାଲ ଅଫିସର ଜଣେ ବରିଷ୍ଠ କିରାଣୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଭିଯୋଗ ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦେବାଶିଷ ମହାପାତ୍ର କିଛି ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ବକେୟା ଦରମା ବିଲ୍ କରି ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଜଣେ ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ଠାରୁ ସେ ସେହି ୧୫ ହଜାର ଟଙ୍କାରୁ ୫ ହଜାର ଟଙ୍କା ଅଗ୍ରୀମ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଅଧିକାରୀମାନେ ବରିଷ୍ଠ କିରାଣି ଦେବାଶିଷ ମହାପାତ୍ରଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ (୫ ହଜାର ଟଙ୍କା) ଜବତ କରିଛନ୍ତି । ଏହା ପରେ ତାଙ୍କର ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ