୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ

୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ

୫ଲକ୍ଷ ଟଙ୍କା ମାଗି ୫ଟି ଟାଇମର ବୋମା ଖଞ୍ଜିଥିବା ୬ଜଣ ନକଲି ନକ୍ସଲ ଗିରଫ

#ରାୟଗଡ଼ା(ଏନ୍‌.ଏମ୍‌.): ୫ଲକ୍ଷ ଟଙ୍କା ଟଙ୍କା ପାଇଁ ୫ଟି ଟାଇମ ବୋମ ଖଞ୍ଜିଥିବା ନକଲି ନକ୍ସଲଙ୍କୁ ରାୟଗଡ଼ା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଫୋନରେ ଜଣେ ବ୍ୟବସାୟୀଙ୍କୁ ନକ୍ସଲ ନାଁରେ ୫ଲକ୍ଷ ଟଙ୍କା ମାଗିଲେ ଦୁବୃର୍ତ୍ତ । ଟଙ୍କା ନଦେଲେ ଘର ସହ ତାଙ୍କୁ ଉଡ଼ାଇଦେବାକୁ ଧମକ ମଧ୍ୟ ଦେଇଥିଲେ । ଏତିକିରେ ମନ ବୁଝିଲାନି ଯେ, ପାଇଖାନାରେ ଏବଂ ଘରେ ବାହାରେ ୫ଟି ଟାଇମର ବୋମା ମଧ୍ୟ ଖଞ୍ଜି ଦେଇଥିଲେ ଦୁବୃର୍ତ୍ତ । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ । ପୁଲିସ ଏହି ଘଟଣାରେ ୬ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ସୂଚନା ଅନୁଯାୟୀ, ସୁଙ୍ଗେର ଗାଁର ଟୁଟୁ ଗୋପାଳ ନାମକ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ନକ୍ସଲ ନାଁରେ ଫୋନରେ ୫ଲକ୍ଷ ଟଙ୍କା ମାଗିଥିଲେ । ପଇସା ନଦେଲେ ଘର ସହ ତାଙ୍କୁ ଉଡ଼େଇ ଦେବେ ବୋଲି ଧମକ ଦେଇଥିଲେ । ଏନେଇ ଶ୍ରୀ ଗୋପାଳ ଥାନାରେ ଅଭିଯୋଗ କରିଥିଲେ । ତେବେ ଗତ ୭ ତାରିଖଦିନ ଘର ପଛପଟ କାନ୍ଥରେ ଟାଇମର ବୋମା ଖଞ୍ଜା ଯାଇଥିବା ଟୁଟୁ ଜାଣିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଓ ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ । ବୋମା ଖୋଜାଖୋଜି ସମୟରେ ଘର ବାହାରେ ଲାଗିଥିବା ଟାଇମର ବୋମାର ସନ୍ଧାନ ମିଳିବା ପରେ ତାହାକୁ ନିଷ୍କ୍ରିୟ କରାଯାଇଥିଲା । ପରେ ବୋମା ନିଷ୍କ୍ରିୟ ଟିମ୍ ସର୍ଚ୍ଚ କଲା ବେଳେ ପାଇଖାନାରେ ଟାଇମର ଖଞ୍ଜା ହୋଇଥିବା ଜଣାପଡ଼ିଥିଲା । ତେବେ ବୋମା ନିଷ୍କ୍ରିୟ ଟିମ୍ ସମସ୍ତ ବୋମାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ଏହା ପଛରେ ବଡ଼ ଡକାୟତ ଗ୍ୟାଙ୍ଗର ହାତ ଥିବା ଜାଣିବାକୁ ପାଇଥିଲା । ତେବେ ପୁଲିସ ତଦନ୍ତ କରି ୬ଜଣ ଦୁବୃର୍ତ୍ତଙ୍କୁ ଗିରଫ କରିବା ସହ ପଚରା ଉଚରା ସମୟରେ ଟୁଟୁଙ୍କୁ ଧମକ ଦେବା ସହ ତାଙ୍କ ଘରେ ଟାଇମର ବୋମା ଖଞ୍ଜିଥିବା ସ୍ୱିକାର କରିଥିଲେ ବୋଲି ରାୟଗଡ଼ା ଏସ୍‌.ପି. ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ବିଦ୍ୟୁତ ତାର, ଚାରୋଟି ମୋବାଇଲ ଓ ସିଲିଣ୍ଡର ଜବତ ହୋଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ