୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା


ପୁରୀ(ଏନ୍‌.ଏମ୍‌.): ୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ତାଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଥିବାବେଳେ ଆଜି ସତ୍ୟବାଦୀ ଅଞ୍ଚଳରେ ଶ୍ରୀ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ । ଉକ୍ତ କାଳି ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ପଡ଼ିଥିଲା । ପୁରୀ କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି । ତେବେ କାଳୀମାଡ଼ କରିବା ପରେପରେ ପୁଲିସ ତାଙ୍କୁ ମାଡ଼ି ବସିଥିଲା । ତେବେ ଏହାକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ବିଜେଡି ସିଧା ସଳଖ ବିଜେପି ଉପରକୁ ଦୋଷ ଦେଉଥିବାବେଳେ ବିଜେପି କାଳିମାଡ଼ କରିଥିବା ଯୁବକ ଆମଦଳର ନୁହେଁ ବିଜେଡିର ସମର୍ଥକ ଥିଲା ବୋଲି ପାଲଟା ଦୋଷ ଦେଇଛି । ତେବେ ଉଭୟ ରାଜନୈତିକ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ଭଳି ଆରୋପ, ପ୍ରତ୍ୟାରୋପ କରୁଥିବାବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ କିଭଳି ରହୁଛି ତାହା ସମୟକୁ ଅପେକ୍ଷା ବୋଲି ଚର୍ଚ୍ଚା ହେଉଛି ।
ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା । ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ । ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳୀକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା । ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା । ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା । ପରେ ଭାସ୍କରଙ୍କୁ ପୁଲିସ କାବୁ କରିଥିଲା । ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ । ପାଣ୍ଡିଆନଙ୍କ ଉପରେ କ’ଣ ରାଗ ରହିଛି, ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ୫ଟି ସଚିବଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ତାଙ୍କ ଉପରେ କିପରି କାଳି ମାଡ଼ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ଏହା ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱର ପରିଣାମ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ବି ଠିକ୍ ନୁହେଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ଅନ୍ୟପକ୍ଷରେ ସତ୍ୟବାଦୀ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି, ୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରୁଛି । ୫ଟି ସଚିବକଙ୍କୁ କାଳିମାଡ଼ କରିଥିବା ବ୍ୟକ୍ତି (ଭାସ୍କର ସାହୁ) ବିଜେପିର ସରପଞ୍ଚ ପ୍ରାର୍ଥୀ ଥିଲେ ବୋଲି ବିଧାୟକ ଯାହା କହୁଛନ୍ତି, ତାହା ମିଛ । ଆମ ପାଖରେ ଥିବା ସୂଚନା ଅନୁଯାୟୀ, ସେ ବିଜେଡି ସମର୍ଥନରେ ଗତଥର ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । କିନ୍ତୁ ତାହା ସମ୍ଭବ ନହେବାରୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ