୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ

News by B.Mishra (BBSR)

ହେବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି
ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପଣ୍ଡିଆନ୍ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହିତ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ । ୫ଟି କାର୍ଯ୍ୟକ୍ରମରେ ବିକାଶ କାମ ହେବ । ଆଗାମୀ ଅପ୍ରେଲ ୧୫ ସୁଦ୍ଧା ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ । ମଧୁ ବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ । ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମପୀଠ ଓ କର୍ମ ଭୂମିକୁ ଏକ ସିଙ୍ଗଲ ମ୍ୟୁଜିୟମ କମ୍ପେ୍ଲକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ । ସୂଚନା ଯୋଗ୍ୟ ଯେ କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ । ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ । ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ । କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ । ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତିର ବ୍ୟାଖ୍ୟାନ କରାଯିବ । ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନ ର ବ୍ୟବସ୍ଥା ରହିବ । ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ । ଏହି କାମର ମାନକୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟଭାମାପୁରରେ ଖଣ୍ଡାଲାଇଟ ପଥରରେ ସ୍ୱାଗତ ତୋରଣ କରାଯିବ । କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମଧୁବାବୁଙ୍କ ଜନ୍ମ ପୀଠରେ କସ୍ତୁରବା ନ୍ୟାସନାଲ ମେମୋରିଆଲ ଟଷ୍ଟ ପରିଚାଳିତ ଚାଇଲଡ କେୟାର ଇନଷ୍ଟିଚ୍ୟୁସନର ଅନ୍ତେବାସୀ ମାନଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ