୫ଟି ସଚିବଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ
ଡିସେମ୍ବର ୨୩ ସୁଦ୍ଧା ଉତ୍କେଲା ବିମାନ ଘାଟି ରନୱେ ସମ୍ପ୍ରସାରଣ
ବେଲଖଣ୍ଡି ଶିବ ମନ୍ଦିର, ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ଓ ଆଶାସାଗର ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ
ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତ କରିଛନ୍ତି । ପ୍ରଥମ ଦିନରେ ଉତ୍କେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ଶ୍ରୀ ପାଣ୍ଡିଆନ୍ ଉତ୍କେଲା ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ । କଳାହାଣ୍ଡିକୁ ଏୟାର କନେକ୍ଟିଭିଟିର ବିକାଶ ପାଇଁ ଉତ୍କେଲା ବିମାନ୍ ଘାଟିର ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ । ପରେ ପାଣ୍ଡିଆନ୍ ବେଲଖଣ୍ଡିର ପ୍ରସିଦ୍ଧ ଉମା ମହେଶ୍ୱର ଧବଳେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତର କାମ ୫ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନିରାମୟ କେନ୍ଦ୍ରରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ । ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାଣ୍ଡୁଲ ବ୍ୟାରେଜର କାମର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୨୪ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଅବଗତ କରିଥିଲେ । ଏହି ବ୍ୟାରେଜର କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ୨୯ ଟି ଗାଆଁର ଚାଷ ଜମିକୁ ଅଣ୍ଡର ଗ୍ରାଉଣ୍ଡ ପାଇପ ଦ୍ୱାରା ପାଣି ମିଳିପାରିବ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା’ ମାନଙ୍କ ସହ ଆଲୋଚନା କରିଥିଲେ । ଭବାନୀପାଟଣା ରେ ୫ଟି ସଚିବ ପୋଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲ ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ । ଏହି ହାଇସ୍କୁଲ ଥାର୍ଡ଼ ଫେଜ ରୂପାନ୍ତର କାର୍ଯ୍ୟକ୍ରମରେ ସାମିଲ ହୋଉଛି । ପରେ ଶ୍ରୀ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ରେଡ଼ଭେଲୋପମେଣ୍ଟ ପାଇଁ ୩୦ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ । ସେଠାରୁ ଭବାନୀପାଟଣା ବୁଷ୍ଟମିନାଲକୁ ଯାଇ କାମର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ଜ୍ଞରୟସମବକ୍ଷ ମକ୍ଟକ୍ଷକ୍ଷରଶର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ଉନ୍ନତ ଲାବୋରଟୋରୀର ବିକାଶ କରାଯିବ ବୋଲି ୫ଟି ସଚିବ ସୂଚନା ଦେଇଥିଲେ । କଳାହାଣ୍ଡି ଟାଉନ ହଲ୍ରେ ୫ଟି ସଚିବ ମିଶନ ଶକ୍ତି ମାନଙ୍କୁ ଭେଟିଥିଲେ । ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ୱରୀ ମନ୍ଦିରର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର ରେଡେଭେଲୋପମେଣ୍ଟ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତିର ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା ମଧ୍ୟ କରିଥିଲେ ।