୪ର୍ଥ ରାଜ୍ୟ ସ୍ତରୀୟ କୁଡୋ ପ୍ରତିଯୋଗିତା ଉଦଯାପିତ
କଟକ(ଏନ୍.ଏମ୍.): କଟକ ଜିଲ୍ଲା ଅନ୍ତର୍ଗତ ତ୍ରିଶୁଳିଆ ଠାରେ ଦୁଇଦିନ ଧରି (୨୯ ଓ ୩୦ରିଖ) ୪ର୍ଥ ରାଜ୍ୟସ୍ତରୀୟ କୁଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ସିହାନ ନିତାଇ ଶଙ୍କର ଗୁଇଁଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରଥମ ଦିନରେ କୁଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଶିବାଶିଷ କର ଏବଂ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଦଯାପନ ଉତ୍ସବରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ କୁଡୋ ଭଳି ଏକ ଉନ୍ନତମାନର କ୍ରୀଡାକୁ ଓଡ଼ିଶାର ପ୍ରତି ଜିଲ୍ଲାରେ ପ୍ରଚାର ଓ ପ୍ରସାର ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଯୋଗିତାରେ କଟକ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବାବେଳେ ଦେବଗଡ଼ ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରି ରନର୍ସଅପ୍ ଟ୍ରଫି ହାସଲ କରିଥିଲା ।