୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ

୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୩ ଗିରଫ


କଟକ(ଏନ୍‌.ଏମ୍‌.): କଟକରେ ବ୍ରାଉନସୁଗର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ନିଶା ବେପାରୀମାନେ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରି ବ୍ୟବସାୟ ଚଳାଇଥିବା କୁହାଯାଉଛି । ଆଜି ବ୍ରାଉନସୁଗର ବିକ୍ରି କରୁଥିବା ଅଭିଯୋଗରେ ମଧୁପାଟଣା ପୁଲିସ ସ୍ଥାନୀୟ ମାତୃଭବନ ନିକଟରୁ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୭.୩ ଗ୍ରାମ ଓଜନର ବ୍ରାଉନସୁଗର ସହ ନଗଦ ୨୧ ହଜାର ୭୦୦ ଟଙ୍କା ଜବତ କରାଯାଇଛି । ଜବତ ନିଶା ଦ୍ରବ୍ୟର କଳାବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ପୋଷ୍ଟାଲ କଲୋନୀର ବଳିଆ ଓରଫ ରାଜେଶ କୁମାର ଜେନା (୩୨), ମହାନଦୀ ବିହାର ଏମଏଲଏ କଲୋନୀରେ ରହୁଥିବା ଜଗତସିଂହପୁର ଜିଲ୍ଳାର ଲିପୁ ଓରଫ ସୁବାଶିଷ ପଟ୍ଟନାୟକ (୩୧) ଓ ଲାଳବାଗ ଥାନା ଅନ୍ତର୍ଗତ ଖଟବିନ ସାହିର ମହମ୍ମଦ ମୋବିନ୍ (୨୩) ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଏହି କାରବାରରେ ଲିପ୍ତଥିଲେ ବୋଲି ପୁଲିସ ଅନୁସନ୍ଧାନରୁ ଜାଣିପାରିଛି । ମାତୃଭବନ ନିକଟରେ ଥିବା ଏକ ଦୋକାନ ପାଖରେ ୩ ଜଣ ଯୁବକ ବ୍ରାଉନସୁଗର ବିକ୍ରି କରୁଥିବା ପାଇଁ ଅପେକ୍ଷା କରିଥିଲେ । ଏ ନେଇ ମଧୁପାଟଣା ଥାନା ଅଧିକାରୀ ତୁଷାର କାନ୍ତ ସେଠୀଙ୍କୁ ସୂଚନା ପାଇବା ପରେ ପୁଲିସ ଅଚାନକ ସେଠାରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବଳିଆ ନିକଟରୁ ୧୦.୯ ଗ୍ରାମ ଓଜନର ବ୍ରାଉନସୁଗର ସହ ନଗଦ ୧୪ ହଜାର ୫୦୦ ଟଙ୍କା ମିଳିଥିଲା । ସେହିପରି ମୋବିନ ଓ ଲିପୁ ନିକଟରୁ ୬.୪ ଗ୍ରାମ ଓଜନର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ