୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ

୨୭ସେପ୍ଟମ୍ବର ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଡିଏସ୍‌ଓର ଆହ୍ୱାନ


କଟକ (ଏନ୍‌.ଏମ୍‌.): କର୍ପୋର୍ରେଟ୍ ସ୍ୱାର୍ଥରକ୍ଷାକାରୀ ତଥା ଚାଷୀମାରଣ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ (ସଂଶୋଧନ)ବିଲ୍ ୨୦୨୧ ବାତିଲ୍‌, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ୍ କରିବା, ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ୨୭ ସେପ୍େଟମ୍ବର ଭାରତ ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଏଆଇଡିଏସଓ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏ.ଆଇ.ଡି.ଏସ୍‌.ଓ କଟକ ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ସଂପାଦକ ବିନୋଦ ସେଠୀ, କୋଷାଧ୍ୟକ୍ଷ ଇଶା ଧର, ସଂଗଠକ ଜ୍ୟୋତ୍ସାରାଣୀ ଦାସ, ସରୋଜ ମାନସିଂ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଦେଶର ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ଉଦ୍ଦେଶ୍ୟରେ ଦୀର୍ଘ ୧୦ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ବିଜେପି ସରକାରଙ୍କ ଉତ୍ପୀଡନ ଓ ଦମନ ଫଳରେ ୬୦୦ରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି । ଏହା ସତ୍ତ୍ୱେ ଶୀତ, ଖରା ଓ ବର୍ଷାକୁ ଖାତିର ନକରି ଦୃଢ଼ ସଂକଳ୍ପ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି ଘୋଷଣା କରି ଚାଷୀମାନେ ବୀରତ୍ୱପୂର୍ଣ୍ଣ ଲଢ଼େଇ ଜାରି ରଖିଛନ୍ତି । ଏହି ତିନୋଟି କଳାକୃଷି ଆଇନ୍ ଦେଶୀ ବିଦେଶୀ ଏକଚାଟିଆ ପୁଞ୍ଜିପତିମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ । ଏହି ୩ଟି କୃଷି ଆଇନ୍ ଯଥା- ଚୁକ୍ତିଚାଷ ଆଇନ୍‌, ଘରୋଇ ମଣ୍ଡି ଆଇନ୍‌, ୧୯୫୫ ମସିହା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ୍ ଯଦି ଲାଗୁ ହୁଏ, ତେବେ ସେମାନଙ୍କର ଜମି ଓ ଉତ୍ପାଦିତ କୃଷିଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଚାଲିଯିବ । ସାର, ବିହନ, କୀଟନାଶକ ଔଷଧ, ଜଳ ଓ ବିଦ୍ୟୁତ୍ ଇତ୍ୟାଦି କ୍ଷେତ୍ରରେ ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରବେଶ ଘଟିବ । ଫଳରେ ଚାଷୀକୂଳ ସର୍ବସ୍ୱାନ୍ତ ହେବ । କୃଷିଜାତ ଦ୍ରବ୍ୟ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ କରି ରଖିବାର ସୁଯୋଗ ପୁଞ୍ଜିପତିମାନେ ପାଇବେ । ପରିଣାମ ସ୍ୱରୂପ ନିତ୍ୟପ୍ରୟୋଜନୀୟ ଜିନିଷପତ୍ରର ଆକାଶଛୁଆଁ ଦରଦାମ୍ ବୃଦ୍ଧି ଘଟିବ । ଚାଷୀକୂଳ ସମେତ ସର୍ବସ୍ତରର ଜନସାଧାରଣଙ୍କର ବଞ୍ôଚବା ଦୁର୍ବିସହ ହୋଇପଡିବ । ତିନୋଟି କଳା କୃଷି ଆଇନ୍ ଭଳି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ, କେନ୍ଦ୍ରୀକରଣ ଓ ଧନ୍ଦାମୁଖୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷାନୀତି-୨୦୨୦ ଯଦି ଲାଗୁହୁଏ ତେବେ ଦେଶର ଶିକ୍ଷା ବ୍ୟବସ୍ଥା ଧ୍ୱଂସ ପାଇବ । ମହାମାରୀରେ ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯାଇଥିବା ଜନସାଧାରଣଙ୍କୁ ନିଯୁକ୍ତି ଦେବା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମି ସଜାଡି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା, ସ୍କୁଲ କଲେଜରେ ଖାଲିପଡିଥିବା ଶିକ୍ଷକ ଅଧ୍ୟାପକ ପଦବୀ ପୂରଣ କରିବା ପରିବର୍ତ୍ତେ ତାଲାବନ୍ଦର ସୁଯୋଗନେଇ ସରକାର ଜନସ୍ୱାର୍ଥ ବିରୋଧୀ ସମସ୍ତ କଳା ଆଇନ୍ ପ୍ରଣୟନ କରିଛନ୍ତି ।
ଏହିଭଳି ଏକ ସଂକଟଜନକ ପରିସ୍ଥିତିରେ କୃଷକ, ଶ୍ରମିକ, ମହିଳା, ଯୁବକ, ଛାତ୍ର ତଥା ସର୍ବସ୍ତରର ଜନସାଧାରଣ ଚାଷୀ ଆନ୍ଦୋଳନ ସମର୍ଥନରେ ଆଗେଇ ଆସିଛନ୍ତି । ଚାଷୀମାନଙ୍କର ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଆସନ୍ତା ୨୭ ସେପ୍ଟେମ୍ବର ୨୦୨୧ ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସର୍ବାନ୍ତକରଣରେ ସଫଳ କରିବା ପାଇଁ ଏହି ଏøତିହାସିକ ଆନ୍ଦୋଳନରେ ସାମିଲ ହେବାକୁ କଟକ ଜିଲ୍ଲାର ପ୍ରତ୍ୟେକ ଛାତ୍ରଛାତ୍ରୀ ତଥା ସର୍ବ ସ୍ତରର ଜନସାଧାରଣଙ୍କୁ ଏ.ଆଇ.ଡି.ଏସ୍‌.ଓ ପକ୍ଷରୁ ଆହ୍ୱାନ କରାଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ