୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ

୨୩ ଚୋରି ମୋବାଇଲ ସହ ୨ଚୋର ଗିରଫ


ଚୌଦ୍ୱାର(ଏନ୍‌.ଏମ୍‌.): ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଚୌଦ୍ୱାର ଯାତ୍ରାପଡିଆ ଅଞ୍ଚଳର ସୁରେନ୍ଦ୍ର କୁମାର ଦାସ(୨୩) ଓରଫ କାଳିଆ ଓ ଗୁପ୍ତେଶ୍ୱର ସାହିରେ ଭଡା ଘରେ ରହୁଥିବା ରମେଶ ବାରିକ୍ (୨୧) ଓରଫ ଭାଲୁ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨୩ଟି ଚୋରି ମୋବାଇଲ ଓ ୨ଟି ଏଲଇଡି ଟିଭି ଜବତ କରାଯାଇଛି । ସୁଚନା ଅନୁଯାୟୀ କପାଳେଶ୍ୱର ନୁଆସାହିରେ ରହୁଥିବା ବିରେନ୍ଦ୍ର କାମଲେ ଓ ପରିବାର ଲୋକେ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ କିଛି ଶଦ୍ଦ ହେବାରୁ ବିରେନ୍ଦ୍ର୍ର ଉଠିପଡ଼ି ଆଲୁଅ ଜାଳି ଦେବାରୁ ତାଙ୍କ ଘର ଝରକା ନିକଟରେ ଦୁଇଜଣ ଚୋର ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ଆଲୁଅ ଜଳିବାରୁ ସେମାନେ ପଳାଇଯିବା ପରେ ଘର ଭିତରେ ଝରକା ପାଖରେ ରଖା ଯାଇଥିବା ମୋବାଇଲ ଫୋନ୍‌ଟି ସେମାନେ ଚୋରାଇ ନେଇଥିବା ବିରେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଏଏସ୍‌ଆଇ ସୁଧୀର ସେନାପତି ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲେ । ଏସମ୍ପର୍କରେ ୩୨୧/୨୧ରେ ମାମଲା ରାଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ