୨୦୨୩-୨୪ ସାଧାରଣ ବଜେଟ

୨୦୨୩-୨୪ ସାଧାରଣ ବଜେଟ

୨୦୨୩-୨୪ ସାଧାରଣ ବଜେଟ: ସମସ୍ତ ବର୍ଗର ସ୍ୱପ୍ନ ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ (ଏଜେନ୍ସି): ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ସାଧାରଣ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅମୃତକାଳର ଏହା ହେଉଛି ପ୍ରଥମ ବଜେଟ । ଏହା ବିକଶିତ ଭାରତର ନିର୍ମାଣରେ ମୂଳଦୁଆ । ଏହି ବଜେଟ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆ ବର୍ଗ ଏବଂ କୃଷକଙ୍କ ସହିତ ସମସ୍ତ ସ୍ୱପ୍ନକୁ ପୂରା କରିବ । ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ । ସଞ୍ଚୟ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ଶକ୍ତି ଦେବ । ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା ଯୁବବର୍ଗଙ୍କୁ ରୋଜଗାର ଦେବ ବୋଲି ମୋଦି କହିଛନ୍ତି । ମୋଦି ଆହୁରି ମଧ୍ୟ କହିଛନ୍ତି, ସରକାର ଗ୍ରାମୀଣ ଏବଂ ସହର କ୍ଷେତ୍ରରେ ମହିଳାଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମହିଳାଙ୍କୁ ଏଥିପାଇଁ ସରକାର ଆହୁରି ପ୍ରୋତ୍ସାହିତ କରୁଛନ୍ତି । ଏହି ବଜେଟ ସହକାରିତା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବ । ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମକୁ ଏହି ଐତିହାସିକ ବଜେଟ ପାଇଁ ପ୍ରଧାନ ମନ୍ତ୍ରୀ ଧନ୍ୟବାଦଜଣାଇଛନ୍ତି ।
କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ
ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦି ସରକାର ଭରପୂର ଚେଷ୍ଟା କରିଛନ୍ତି । ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । ଏସବୁ ଭିତରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ତଥ୍ୟ ସାମ୍ନାକୁ ଆସିଛି । ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି । କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଦ୍ୱିତୀୟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହିଥିବା ବେଳେ ତୃତୀୟରେ ରେଳବାଇ ରହିଛି ।
ନିର୍ବାଚନ ବର୍ଷରେ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ୭ ଲକ୍ଷ ଯାଏ ଦେବାକୁ ପଡ଼ିବନି ଟିକସ
ଗତ ୨ ବର୍ଷ ହେଲା ମଧ୍ୟବିତ୍ତ ବର୍ଗଙ୍କୁ ଟିକସ୍ ସ୍ଲାବରେ ନିରାଶ କରିଥିବା ମୋଦି ସରକାର ନିର୍ବାଚନ ବର୍ଷରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ୨୦୨୩-୨୪ ବର୍ଷ ପାଇଁ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବାବେଳେ ଟିକସ ସ୍ଲାବରେ ବଡ଼ ସଂସ୍କାର ଆଣିଛନ୍ତି । ବଜେଟରେ ଆୟକର ସ୍ଲାବ ସୀମା ବୃଦ୍ଧି କରାଯାଇଛି । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହାର ଅର୍ଥ ବାର୍ଷିକ ୭ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା । ହେଲେ ଚଳିତ ବର୍ଷ ଏହାକୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଥିସହ କେନ୍ଦ୍ର ସରକାର ବଜେଟରେ ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି । ସରକାର ଘୋଷଣା ଅନୁଯାୟୀ, ୭ ଲକ୍ଷ ଟଙ୍କା ଯାଏ ବ୍ୟକ୍ତିଗତ ଆୟରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ । ତେବେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୫% ଯାଏ ଟିକସ ଲାଗୁ ହୋଇପାରେ । ଯଦି ସେମାନେ ରିହାତି ସ୍କିମ ଯଥା ଗୃହ ଋଣ, ଏଲଆଇସି କିମ୍ବା ଆୟକର ରିଟର୍ଣ୍ଣର ୧୮୮ ସିସି ନିୟମ ଅଧୀନରେ ନଥିବେ, ତା’ହେଲେ ସେମାନଙ୍କୁ ୫% ଟିକସ ଦେବାକୁ ପଡ଼ିବ । ବାକି ଅନ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ଯାଏ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ ।


ଟିକସ ସ୍ଲାବ
୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଟିକସ ଶୂନ
୩ରୁ ୬ ଲକ୍ଷ ଆୟ ପାଇଁ ଟିକସ ୫%
୬ରୁ ୯ ଲକ୍ଷ ଆୟ ପାଇଁ ଟିକସର ପରିମାଣ ୧୦%
୧୨ରୁ ୧୫ ଲକ୍ଷ ଆୟ ପାଇଁ ଟିକସ ୨୦%
୧୫ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦%
ଏହାବାଦ ସରକାର ଲାଗୁ କରୁଥିବା ୩୭% ସର୍ବାଧିକ ସରଚାର୍ଜକୁ ନୂଆ ଟିକସ ନିୟମ ଅଧୀନରେ ୨୫%କୁ ହ୍ରାସ କରିଛନ୍ତି ।
କ୍ରମାଗତ ତୃତୀୟ ଥର ପାଇଁ ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍ ବଜେଟ୍ । ବଜେଯରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି । ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ଅଧିକ ବ୍ୟୟ ବରାଦ କରିଛି । ୨୦୨୨-୨୩ର ବଜେଟ ପରିମାଣ ୪୦ ଲକ୍ଷ କୋଟି ମଧ୍ୟରେ ଥିଲା । କିନ୍ତୁ ଏଥର ଏହା ୪୫ ଲକ୍ଷ କୋଟି ପାର କରିଛି ।
କ’ଣ ରହିଛି ବଜେଟ ହିସାବ (୧ ଟଙ୍କାରେ)
ଟଙ୍କାଟିଏ ଆସିବ କୁଆଡ଼ୁ
ଋଣ ଓ ଅନ୍ୟାନ୍ୟ ଦାତା-୩୪ ପ.
କର୍ପୋରେସନ ଟିକସ-୧୫ ପ.
ଆୟକର-୧୫ ପ.
ସୀମା ଶୁଳ୍କ-୪ ପ.
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୭ ପ.
ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୭ ପ.
ଅଣ-ଟିକସ ରାଜସ୍ୱ- ୬ ପ.
ଅଣ-ଋଣ ପୁଞ୍ଜି ଆୟ-୨ ପ.
ଟଙ୍କା ଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୧୮ ପ.
ସୁଧ ଦେୟ- ୨୦ ପ.
କେନ୍ଦ୍ରୀୟ ଯୋଜନା- ୧୭ ପ.
ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.
କେନ୍ଦ୍ର ପ୍ରାୟୋଜିତ ଯୋଜନା- ୯ ପ.
ପ୍ରତିରକ୍ଷା- ୮ ପ.
ସବସିଡି- ୭ ପ.
ପେନସନ- ୪ ପ.
ଅନ୍ୟାନ୍ୟ ଖର୍ଚ୍ଚ: ୮ପ.

ବଜେଟରେ ହିସାବରେ ୧୫.୪ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର
କେନ୍ଦ୍ର ସରକାର ବଜେଟରେ ବଡ଼ବଡ଼ ବ୍ୟବସ୍ଥା କରିବା ସହ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତେବେ ଆର୍ôଥକ ବର୍ଷ ୨୦୨୪ରେ ସରକାର ଲକ୍ଷ୍ୟ ଅନୁଯାୟୀ ରାଜସ୍ୱ ସଂଗ୍ରହ କରିପାରିବେ ନାହିଁ ବୋଲି ଆଶଙ୍କା କରିଛନ୍ତି । ରାଜସ୍ୱ ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ୧୫.୪ ଲକ୍ଷ କୋଟି ଟଙ୍କାର ଋଣ ଆଣିବେ । ନିଜର ବ୍ୟୟ ଅଟକଳକୁ ଠିକ୍ ରଖିବା ଓ ଦେଶର ଅର୍ଥନୀତିକୁ ଟ୍ରାକରେ ରଖିବା ପାଇଁ କେନ୍ଦ୍ର ସରକାର ଏପରି ଋଣ କରିବା ପାଇଁ ଯାଉଛନ୍ତି । ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ଆର୍ôଥକ ବର୍ଷରେ କେନ୍ଦ୍ର ସରକାର ମୋଟ ୧୪.୨୧ ଲକ୍ଷ କୋଟି ଟଙ୍କା ଋଣ କରିବେ । ତେବେ ୨୦୨୪ ଆର୍ôଥକ ବର୍ଷରେ ଏହାଠାରୁ ଆହୁରି ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୨୨-୨୩ ଆର୍ôଥକ ବର୍ଷରେ ସରକାର ୧୪.୨୧ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଜାନୁଆରୀ ୨୭ ସୁଦ୍ଧା ୧୨.୯୩ ଲକ୍ଷ କୋଟି ଟଙ୍କାର ଋଣ କରି ସାରିଛନ୍ତି । ଯାହା ମୋଟ ଋଣ ଅଟକଳର ୯୧% । ସରକାର ବାରମ୍ବାର ଋଣ କରୁଥିବା ବେଳେ ସବସିଡି ବିଲ୍ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ସତ୍ତ୍ୱେ ସରକାର ବିତ୍ତୀୟ ନିଅଟକୁ ୬.୪% ରହିବ ବୋଲି ଦମ୍ଭୋକ୍ତି କରିଛନ୍ତି । ୨୦୨୩-୨୪ ଆର୍ôଥକ ବର୍ଷରେ ଋଣ ବ୍ୟତୀତ ମୋଟ ଆୟ ୨୭.୨ ଲକ୍ଷ କୋଟି ଟଙ୍କା ରହିବ ଓ ମୋଟ ବ୍ୟୟ ୪୫ ଲକ୍ଷ କୋଟି ଟଙ୍କା ରହିବ । ନୂଆ ଟିକସ ଆୟ ୨୩.୩ ଲକ୍ଷ କୋଟି ଟଙ୍କା ହେବ ବୋଲି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏଥିସହ ୨୦୨୪ ଆର୍ôଥକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯% ରହିବ ବୋଲି ସେ କହିଛନ୍ତି । ତେବେ ଏହି ବଜେଟକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ