୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!


ପୁରୀ (ଏନ୍‌.ଏମ୍‌.): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଶ୍ରୀମନ୍ଦିରକୁ ଆସିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସି ୨୦ ତାରିଖରେ ଫେରିଯିବେ । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବରଥିବା ଜଣେ ଅଧିକାରୀ କହିଛନ୍ତି । ତେବେ ସରକାରୀ ଭାବେ ସେମାନଙ୍କ ନିକଟରେ ଏନେଇ କିଛି ସୂଚନା ଆସିନଥିବା ମଧ୍ୟ କୁହାଯାଇଛି । ଅର୍ଥାତ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖକୁ ଏ ସମ୍ବନ୍ଧୀୟ କୌଣସି ଚିଠି ଆସି ନାହିଁ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଗଲା ପରେ ଯାଇ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ