୧୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କଲେଜ ଯାତ୍ରା ହେଲା ଶେଷ ଯାତ୍ରା, ଆଖିବୁଜିଲେ ହିନ୍ଦୀ ଅଧ୍ୟାପକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ମରଣଯନ୍ତା ପାଲଟିଛି ୧୬ନମ୍ବର ଜାତୀୟ ରାଜପଥ । ଭୁବନେଶ୍ୱର-କଟକ-ଭୁବନେଶ୍ୱର ରାସ୍ତାଟି ଏବେ ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ହୋଇଯାଇଛି । ପ୍ରତିଦିନ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ କ୍ଷତି ହେଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟିବାର କାରଣ ସମ୍ପର୍କରେ ନା ରାଜପଥ ପ୍ରାଧିକରଣ, ନା ଜିଲ୍ଲାପ୍ରଶାସନ, ନା ଟ୍ରାଫିକ ବିଭାଗ କେହିବି ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଅକାଳରେ ଝଡ଼ି ପଡ଼ୁଛି ବହୁ ଜୀବନ । ତେବେ ଆଜି ପୂର୍ବାହ୍ନରେ କଟକ ସଦର ଥାନାରେ ନିକଟରେ ଏକ ସଡ଼କ ଦୁର୍ଘଟଣା ଯୋଗୁଁ ଜଣେ ଯୁବ ଅଧ୍ୟାପକଙ୍କ ଅକାଳ ବିୟୋଗ ଘଟିଥିବାର ଖବର ମିଳିଛି । କଟକ ସଦର ଥାନା ଅଞ୍ଚଳ ୧୬ନମ୍ବର ଜାତୀୟ ରାଜପଥ ପାଇକସାହି ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରତ୍ୟେକ୍ଷ ଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ି ୧୭ ଏଲ ୮୦୨୭ନମ୍ବର ଯୁକ୍ତ ବାଇକ ନେଇ ଯୁବ ଅଧ୍ୟାପକ ପୁରନ୍ଦର ବିଶ୍ୱାଳ କଲେଜକୁ ଆସୁଥିବା ବେଳେ ଏକ ପିକଅପ ଭ୍ୟାନ୍ ତାଙ୍କ ମୋଟରସାଇକେଲକୁ ପଛପଟୁ ପିଟିବାରୁ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ