୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘


ଭୁବନେଶ୍ୱର(ଏନ୍‌.ଏମ୍‌.): ରିତୁପ୍ରିୟାପ୍ରଡକ୍ସନ୍ସର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ଚଳଚ୍ଚିତ୍ରକୁ ଆଉ ଏକ ସଫଳତା । ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୟରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ, ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବରେ ଶ୍ରେଷ୍ଠ ଚିତ୍ରଉତ୍ତୋଳନର ପୁରସ୍କାର ଯୁଧିଷ୍ଠିର ବେହେରାଙ୍କୁ ମିଳିଥିଲା । ଏବେ ଚଳଚ୍ଚିତ୍ରଟି ୧୪ତମ ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ପ୍ରଯୋଜକ ଅତିଶ କୁମାର ରାଉତ କୁହନ୍ତି ଏହା ଓଡିଶା ପାଇଁ ଏକ ଖୁସି ଓ ଗର୍ବର କଥା । ସମସ୍ତ କୋବିଡ଼ ନିୟମକୁ ମାନି ୭ଜାନୁଆରୀରେ ଜୟପୁରର ମହାରଣପ୍ରତାପ ପ୍ରେକ୍ଷାଳୟରେ ବିନା ମୋଦାରୀଙ୍କ ଠାରୁ ମଞ୍ଚ ଉପରେ ପ୍ରଯୋଜକ ଶ୍ରୀ ରାଉତ, ନିର୍ଦ୍ଦେଶକ ଶିଶିର ସାହୁ, ପିନାକୀ ସିଂହ, କାହାଣୀକାର ଜିତେନ୍ଦ୍ରୀୟ ପ୍ରଧାନ ଓ ନାୟକ ପାର୍ଥସାରଥୀ ରାୟ ପୁରସ୍କାର ଗ୍ରହଣ କରିଥିଲେ । ୭ ଜାନୁଆରୀରୁ ୧୧ଜାନୁଆରୀ ପର୍ଯ୍ୟନ୍ତ ମହୋତ୍ସବ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଛି । ୫୨ଦେଶରୁ ୧୫୦୦ ରୁ ଅଧିକ ଚଳଚ୍ଚିତ୍ର ଭାଗ ନେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ଏକ ଖୁସିର ଲହରୀ ସୃଷ୍ଟି ହୋଇଛି । ପ୍ରଯୋଜକ ଅତିଶ ବାବୁଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ବାର୍ତ୍ତା ଛୁଟୁଛି । ନିର୍ଦେଶକ ଶିଶିର ଓ ପିନାକୀ ଚଳଚ୍ଚିତ୍ରକୁ ନେଇ ବହୁ ଆଶାବାଦୀ ଅଛନ୍ତି । କାହାଣୀକାର ଜିତେନ୍ଦ୍ରିୟ କୁହନ୍ତି ଏହା ଓଡ଼ିଆ ସିନେମା ପାଇଁ ନୂତନ ଦିଗନ୍ତ ଓ ଖୁସିର କଥା । ମୁଖ୍ୟ ଭୂମିକାରେ ପାର୍ଥସାରଥୀ ଓ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ