୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ


ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି’ ବୃଦ୍ଧି ହେବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ପୁନଶ୍ଚ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ୍ ବୃଦ୍ଧି ହୋଇଛି । ୭୨ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲା । ଏଥିମଧ୍ୟରୁ କଳାରେ ୪୦ ହଜାର, ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ପାସ ହାର ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇରେ ନାମ ଲେଖାଇବାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ନେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି