ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ନୂଆଦିଲ୍ଲୀ (ଏଜେନ୍ସି): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତା ୨୬ତାରିଖ ବୁଧବାର ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ ଜବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ବାରଣାସୀ, ପାଟନା, ଜାମନଗର ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ପହଞ୍ଚô ସାରିଛନ୍ତି । ୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତକôାଳ ମୁତୟନ ପାଇଁ ସଜାଗ ରହିଥିବା ଜଣାପଡ଼ିଛି । ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ୮ଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ୪ଟି ବୁଡାଳୀ ଓ ୧୦ଟି ବନ୍ୟା ସହାୟତାକାରୀ ଦଳ ପଶ୍ଚିମବଙ୍ଗର କଲିକତା, ଓଡ଼ିଶାର ଭୁବନେଶ୍ୱର ଓ ଚିଲିକାରେ ପହଞ୍ଚି ସାରିଛନ୍ତି । ସେହିଭଳି ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ ଭାରତୀୟ ନୌସେନାର ୧୦ଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ ପଶ୍ଚିମବଙ୍ଗ ପଠା ଯାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପହଞ୍ଚିଛନ୍ତି । ପ୍ରଶାସନରୁ ସୂଚନା ପାଇବାମାତ୍ରେ ସେମାନେ ସହାୟତା କାର୍ଯ୍ୟରେ ଲାଗିବେ । ଯେ କୌଣସି ବିପତ୍ତିର ମୁକାବିଲା ନିମନ୍ତେ ୭ଟି ବନ୍ୟା ରିଲିଫ ଦଳ ଓ ୨ଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ରହିଥିବା ସେନା ପକ୍ଷରୁ କୁହାଯାଇଛି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି । ସେମାନେ ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ୮ ଟି ଉଦ୍ଧାରକାରୀ ଦଳ ଓ ୩ଟି ଇଞ୍ଜିନିୟର ଟାସ୍କ ଫୋର୍ସ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ରହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ