ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

ହୋଲିର ରଙ୍ଗଖେଳ ପାଲଟିଲା କାଳ, ମହାନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ଅନ୍ୟଜଣେ ମୃତ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‍.ଏମ୍‍.): ରଙ୍ଗର ଉତ୍ସବ ହୋଲି କାହା ପାଇଁ ଖେଳ ପାଲଟିଛି ତ ଆଉ କାହା ପାଇଁ କାଳ । ଆଜି ରଙ୍ଗର ଉତ୍ସବ ହୋଲି କେତେକ ପରିବାର ପାଇଁ ଆଣି ଦେଇଛି ଦୁଃଖ । ହୋଲି ଖେଳ ସାରି ରଙ୍ଗ ଛଡ଼ାଇବାକୁ ନଦୀକୁ ଯାଇଥିବାବେଳେ ଦେହର ରଙ୍ଗର ଛଡ଼ାଇବା ପୂର୍ବରୁ ଜୀବନର ରଙ୍ଗ ଫିକା ପଡ଼ିଯାଇଛି । ବିଭିନ୍ନ ସ୍ଥାନରେ ଆଜି ହୋଲିଖେଳ ବେଳେ ନଦୀରେ ଗାଧୋଇବାକୁ ଯାଇଥିବାବେଳେ ଏକାଧିକ ଲୋକଙ୍କ ପ୍ରାଣ ଯାଇଛି । ତେବେ ଏଭଳି ଆଉ ଏକ ଅଭାବନୀ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ । ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ନୂଆ ପାଟଣା ଗ୍ରାମରେ ଘଟିଛି ଏଭଳି ଅଘଟଣ । ଆଜି ହୋଲି ଖେଳ ସାରି ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତି ପାଣିରେ ବୁଡ଼ି ମୃତ୍ୟୃବରଣ କରିଥିବାବେଳେ ଅନ୍ୟଜଣେ ନିଖୋଜ ହୋଇ ଯାଇଛନ୍ତି ।
ତେବେ ନିଖୋଜ ବ୍ୟକ୍ତି ଜଣକ ହେଲେ ସଞ୍ଜୟ ପରିଡ଼ା (୪୦) ବୋଲି ଜଣାପଡ଼ିଛି । ସେ ଆଜି ହୋଲି ଥିବାରୁ ରଙ୍ଗଖେଳ ସାରି ମହାନଦୀକୁ ଗାଧୋଇ ବାକୁ ଯାଇଥିବାବେଳେ ହଠାତ୍‍ ତାଙ୍କର ଗୋଡ଼ ଖସି ଯାଇଥିଲା, ଫଳରେ ସେ ଦୂରକୁ ଭାଷି ଯିବା ସହ ବୁଡ଼ି ଯାଇଥିଲେ । ସେହିଭଳି ଉକ୍ତ ଅଞ୍ଚଳ ତଥା ସିମିଳିହାଣ୍ଡ ଗ୍ରାମର ନକୁଳ ଦାସ(୫୫) ଗାଧୋଇବାବେଳେ ହଠାତ୍‍ ବୁଡ଼ିଯାଇଥିଲେ । କିନ୍ତୁ ନଦୀରେ ତାଙ୍କ ସହ କିଛି ଲୋକ ଗାଧୋଉଥିବାବେଳେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ସଞ୍ଜୟର କୌଣସି ପତ୍ତା ମିଳିନଥିବାବେଳେ ନଦୀରେ ଓଡ଼୍ରାଫ ଟିମ ସହ ସ୍କୁବା ଡ୍ରାଇଭରଙ୍କକ ଏକ ଟିମ ଖୋଜାଖୋଜି ଚଳାଇଛନ୍ତି । ତେବେ ସଂଧ୍ୟା ୮ଟା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଘଟଣାସ୍ଥଳରେ ଟିପିଏମ୍ ଫାଣ୍ଡି ପୁଲିସ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ