ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଅର୍ଥାତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ନିଜର ପ୍ରକୃତିକୁ ଛାଡ଼ି ପାରେ ନାହିଁ । ଏଭଳି ଏକ ଘଟଣା ଘଟିଛି ବାଦାମବାଡ଼ି ଥାନା ଅଞ୍ଚଳରେ । ଚୋରି କରିବା ଅପରାଧରେ ଗିରଫ ହୋଇ ଜେଲ ଦଣ୍ଡ ଭୋଗକରିଥିବା ଜଣେ ଚୋର ଜାମିନରେ ଆସି ପୁଣି ଚୋରି କରି ବାଦାମବାଡ଼ି ପୁଲିସ ଦ୍ୱାରା ଗିରଫ ହୋଇଛି । ଏହି କୁଖ୍ୟାତ ଚୋରର ପରିଚୟ ହେମନ୍ତ ଦାସ ବୋଲି ପୁଲିସ ସୂଚନା ଦେଇଛି । ହେମନ୍ତର ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହି ଅଞ୍ଚଳରେ । ପୂର୍ବରୁ ସେ ବାଦାମବାଡ଼ି ଥାନା ପୁଲିସ ଦ୍ୱାରା ଗରିଫ ହୋଇଥିବାବେଳେ ପୁଣି ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି । ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି । ସେ ବିଭିନ୍ନ ରାଜ୍ୟରେ ମଧ୍ୟ ଚୋରି କରିଛି । ତା’ ନାଁରେ ସାରା ଦେଶରେ ୫୦୦ରୁ ଅଧିକ ଚୋରି, ଡକାୟତି ଓ ଲୁଟ ଭଳି ମାମଲା ରହିଛି । ସେ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀ ଆଦି ସ୍ଥାନରେ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ