ନୂଆଦିଲ୍ଳୀ (ଏଜେନ୍ସି): କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥାବସ୍ଥା ବିଗିଡି ଯିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । ଗତ ଏପ୍ରିଲ ୨୧ତାରିଖରେ ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ କରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ଏବେ ତାଙ୍କର ପୋଷ୍ଟ କୋଭିଡ ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି ।