ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜାର ପରିଦର୍ଶନ


ଭୁବନେଶ୍ୱର(ଏନ୍‌.ଏମ୍‌.): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ ସଚିବ ଶୁଭ ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ପରିଦର୍ଶନ କରିଥିଲେ ।
ବଜାରରେ ‘ବୟନିକା’ ବ୍ୟତୀତ ୧୪ଟି ବୟନମଣ୍ଡଳର ୩୩ଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶିଲ୍କି ଶାଢ଼ି, ବମକେଇ ଶାଢ଼ି, ବରଗଡ଼ ଜିଲ୍ଲାର କଟନ୍ ବାନ୍ଧ ଶାଢ଼ି, ବେଡ୍‌ସିଟ୍‌, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ ଶାଢ଼ି, କଟକ ଗୋପାଳପୁରର ଟସର ବସ୍ତ୍ର, ବ୍ରହ୍ମପୁର ସୂତା ଶାଢ଼ି ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବସ୍ତ୍ର ଇତ୍ୟାଦି ଉପଲବ୍ଧ ହେଉଛି । ଏତଦ୍ ବ୍ୟତୀତ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଉତ୍ପାଦିତ ବସ୍ତ୍ର ପ୍ରଦର୍ଶିତ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ଦିଆନ୍ ଓ ବିଭାଗୀୟ ଶାସନ ସଚିବ ପ୍ରତ୍ୟେକ ଷ୍ଟଲ ବୁଲି ବୁଣାକାରମାନେ ପ୍ରସ୍ତୁତ କରିଥିବା ନୂତନ ଡିଜାଇନ୍‌ର ବସ୍ତ୍ରଗୁଡ଼ିକ ଦେଖିବା ସହିତ ନୂତନ ଡିଜାଇନ୍‌ର ବସ୍ତ୍ର ବୁଣି ବୁଣାକାରମାନେ ଅଧିକ ଉପାର୍ଜନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଉପରୋକ୍ତ ୩୩ଟି ସମିତି ବ୍ୟତୀତ ଏକାମ୍ର କୁଟୀରରେ ଅନ୍ୟ ୪୪ଟି ପ୍ରାଥମିକ ସମିତି/ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବଜାରରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟହ ଏହି ହସ୍ତତନ୍ତ ବଜାରକୁ ଦର୍ଶକ ଓ ଗ୍ରାହକମାନେ ଆସି ସେମାନଙ୍କର ଆବଶ୍ୟକୀୟ ବସ୍ତ୍ର କ୍ରୟ କରୁଛନ୍ତି । ଡିସେମ୍ବର ୧ତାରିଖ ସୁଦ୍ଧା ହସ୍ତତନ୍ତ ବଜାରରେ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରୟ ହୋଇଛି । କରୋନା ପରବର୍ତ୍ତୀ ସମୟରେ ଆୟୋଜିତ ହୋଇଥିବା ଏହି ହସ୍ତତନ୍ତ ବଜାର ବୁଣାକାରମାନଙ୍କର ଗଚ୍ଛିତ ଲୁଗା ବିକ୍ରି ହେବାରେ ସହାୟକ ହୋଇଛି ବୋଲି ଅଂଶଗ୍ରହଣକାରୀ ବୁଣାକାରମାନେ ମତ ଦେଇଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି