ସ୍ୱୟଂସହାୟକ ଗୋଷ୍ଠୀର ଅର୍ଥ ଅନିୟମିତତାକୁ ନେଇ ଭିଜିଲାନ୍ସ ତଦନ୍ତ
ନରସିଂହପୁର (ଏନ.ଏମ): ରାଜ୍ୟରେ ଏବେ ଦୁର୍ନୀତି ବୃଦ୍ଧି ପାଇଥିବାବେଳେ ଏହାକୁ ନିବାରଣ କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ନରସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଟୀର ଅର୍ଥ ଅନିୟମିତତାକୁ ନେଇ କଟକ ଭିଜିଲାନ୍ସ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ମା’ ପ୍ରଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆସିଥିବା ଅର୍ଥକୁ ଅନିୟମିତତା ଭାବେ ବ୍ୟବହୃତ ହୋଇଥିବା ତଥା ହେରଫେର ହୋଇଥିବା ସମ୍ପର୍କରେ ଗତ ଦୁଇ ବର୍ଷ ତଳେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ଏକାଧିକବାର ତଦନ୍ତ ଜାରି ରହିଥିଲେ ମଧ୍ୟ କଟକ ଭିଜିଲାନ୍ସର ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁଙ୍କ ନେତୃତ୍ୱରେ ଦୁଇ ଅଧିକାରୀ ଜୀବିକା ମିଶନ କାର୍ଯ୍ୟାଳୟ ରେ ପହଁଞ୍ôଚ ଖୋଳତାଡ଼ ଆରମ୍ଭ କରିଥିଲେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏବଂ ଜୀବିକା ମିଶନର କର୍ମକର୍ତ୍ତା ମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିଥିଲେ । ଏହି ଘଟଣା ସମ୍ପର୍କରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ହେରଫେର୍କୁ ନେଇ ପର୍ଯ୍ୟାୟକ୍ରମେ ତଦନ୍ତ ଚାଲିଛି ।