ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ

ସ୍ୱଚ୍ଛଭାରତ ମିଶନ ଦିଗହରା, ସୂଚନା ଅଧିକାର ତଥ୍ୟ ମିଳୁନି: ବିଡ଼ିଓଙ୍କ ଅଦାଲତରେ ମହଲତ ନେଲେ ମହିଳା ଯନ୍ତ୍ରୀ


ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ପ୍ରତ୍ୟେକ ନାଗରିକ ପାଇଖାନା ବ୍ୟବହାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ‘ସ୍ୱଚ୍ଛଭାରତ ମିଶନ୍‌’ । ପାଇଖାନା ନିର୍ମାଣ ନିମନ୍ତେ ୧୨ହଜାର ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରମ ଭଳି ବ୍ଲକକୁ ବାହ୍ୟ ମଳମୁକ୍ତ ବ୍ଲକ ବୋଲି ଘୋଷଣା କରାଯାଉଛି । ମାତ୍ର ଏହି ଯୋଜନା ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଦିଗହରା ହୋଇଥିବାବେଳେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ନମିଳିବା ଓ ପ୍ରଥମ ଆପିଲେଟ ଅଧିକାରୀ ତଥା ବିଡ଼ିଓଙ୍କ ଅଦାଲତରେ ହାଜର ହୋଇ ବିଭାଗୀୟ ମହିଳା ଯନ୍ତ୍ରୀ ତଥ୍ୟ ପ୍ରଦାନ ନିମନ୍ତେ ୧୫ଦିନ ମହଲତ ନେବା ମଙ୍ଗଳବାର ଚର୍ଚ୍ଚାକୁ ଆସିଛି । ସବିଶେଷ ସୂଚନା ଅନୁଯାୟୀ ଏହି ବ୍ଲକର ମହିଁଷାଲଣ୍ଡା ପଞ୍ଚାୟତରେ ୫୯୫ ପରିବାରକୁ ସ୍ୱଛଭାରତ ଯୋଜନାରେ ୧୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ମାତ୍ର ମହିଁଷାଲଣ୍ଡା ଗ୍ରାମର ୫୯ଜଣ ହିତାଧିକାରୀଙ୍କ ପାଇଖାନା ନିର୍ମିତ ନହୋଇ ବିଲ୍ କରାଯାଇଥିବା ଜାଣିବାକୁ ମିଳିଥିଲା । ସେହିପରି କିଛି ଗରିବଙ୍କ ନାମରେ ଥିଲାବାଲା ପାଇଖାନା ନିର୍ମାଣ କରାଯାଇଥିବା ଅଭିଯୋଗ ଉଠିବା ପରେ ଯଶୋବନ୍ତ ରାଉତ ନାମକ ଜଣେ ସାମାଜିକ କର୍ମୀ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଥିଲେ । ଗତ ଅପ୍ରେଲ ୩୦ତାରିଖରେ ଆବେଦନ କରାଯାଇଥିଲା । ୧ମାସ ମଧ୍ୟରେ ତଥ୍ୟ ପ୍ରଦାନର ନିୟମ ରହିଥିଲେ ମଧ୍ୟ ୪ମାସ ମଧ୍ୟରେ ବିଭାଗୀୟ ଯନ୍ତ୍ରୀ ତଥ୍ୟ ନଦେବାରୁ ଶ୍ରୀ ରାଉତ ପ୍ରଥମ ଆପିଲେଟ୍ ଅଧିକାରୀ ତଥା ବିଡ଼ିଓ ବିନୋଦ କୁମାର ସେନାପତିଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦାନୁଯାୟୀ ବିଭାଗୀୟ ଯନ୍ତ୍ରୀ ସ୍ୱର୍ଣ୍ଣମୟୀ ସାହୁ ଆଜି ବିିଡ଼ିଓଙ୍କ ଅଦାଲତରେ ହାଜର ହୋଇ ପୁନଶ୍ଚ ୨ମାସ ସମୟ ମାଗିଥିଲେ । କିନ୍ତୁ ବିଡ଼ିଓ ଶ୍ରୀ ସେନାପତି ୧୫ଦିନ ମହଲତ ଦେଇଥିଲେ । ଘଟଣା ଆଗକୁ ନବଢ଼ାଇବା ନିମନ୍ତେ ଚାପ ପକାଯାଉଛି ଓ ଆସନ୍ତା ୩୦ତାରିଖ ସୁଦ୍ଧା ତଥ୍ୟ ନମିଳିଲେ କମିଶନଙ୍କ ଦ୍ୱାରସ୍ଥ ହେବିବୋଲି ଶ୍ରୀ ରଉତ ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ