ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା

ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା

ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା


ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବାର ଆଶା କରାଯାଉଛି । ଭାରତ ବାୟୋଟେକ୍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି । ସେପ୍ଟେମ୍ବର ସୁଦ୍ଧା ତିନି ପର୍ଯ୍ୟାୟ ବିଶିଷ୍ଟ କ୍ଲିନିକାଲ ପରୀକ୍ଷଣ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାପରେ ସେହି ମାସରେ ଉକ୍ତ ଟିକାକୁ ପିଲାଙ୍କୁ ଦେବାପାଇଁ ଅନୁମୋଦନ କରାଯିବ ବୋଲି ଭାରତରେ କୋଭିଡ ମୁକାବିଲା ପାଇଁ ଗଠିତ ଟାସ୍କଫୋର୍ସର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଫାଇଜର-ବାୟୋଏନଟେକ୍ ଟିକାକୁ ଭାରତରେ ଯଦି ସବୁଜ ସଙ୍କେତ ମିଳେ ତେବେ ତାହା ମଧ୍ୟ ପିଲାଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ । ଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ଜୁନ୍ ୭ରୁ ପିଲାଙ୍କ ଠାରେ ଏହି ଟିକାର ପରୀକ୍ଷଣ ଅନୁଧ୍ୟାନ କରାଯାଉଛି । ଏଥିରେ ୨ରୁ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯାଇଛି । ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାଙ୍କଠାରୁ ୧୭ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ଡିସିଜିଆଇ ମଇ ୧୨ତାରିଖରେ ଭାରତ ବାୟୋଟେକକୁ ଅନୁମତି ଦେଇଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ