ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ

ସେନା ପୋଷାକ ପିନ୍ଧି ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି, ପିଏମଓକୁ ଗଲା କୋର୍ଟ ନୋଟିସ


ଲକ୍ଷ୍ନୌ(ଏଜେନ୍ସି): ଭାରତୀୟ ସେନାର ପୋଷାକ ପିନ୍ଧି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ କଶ୍ମୀର ଯିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେନା ପୋଷାକ ପିନ୍ଧିଥିଲେ । ତେବେ ଏହା ବିରୋଧରେ ଆଗତ ଆବେଦନର ଶୁଣାଣି କରି ଉତ୍ତର ପ୍ରଦେଶର ଗୋଟିଏ ଜିଲ୍ଲା କୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ନୋଟିସ କରିଛନ୍ତି।
ଆବେଦନକାରୀ ଶୁଣାଣି ବେଳେ ଏପରି ପୋଷାକ ପରିଧାନ ଦଣ୍ଡନୀୟ ଅପରାଧ ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ମୋଦିଙ୍କ ସେନା ପୋଷାକ ପରିଧାନକୁ ବିରୋଧ କରି ପ୍ରୟାଗରାଜ କୋର୍ଟରେ ଏକ ଆବେଦନ କରାଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ ଦେଶର ସୈନ୍ୟ, ସେଲର ଓ ଏୟାରମ୍ୟାନଙ୍କ କୌଣସି ଜିନିଷକୁ ସାଧାରଣ ଲୋକ ବ୍ୟବହାର କରିବା ଆଇପିସିର ଧାରା ୧୪୦ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଆଇନଜୀବୀ ରାକେଶ ନାଥ ପାଣ୍ଡେଙ୍କ ଯୁକ୍ତି ଶୁଣିବା ପରେ ଜିଲ୍ଲା ଜଜ ନଳୀନ କୁମାର ଶ୍ରୀବାସ୍ତବ ପିଏମଓକୁ ନୋଟିସ କରିଥିବା ଜଣାପଡ଼ିଛି । ଶ୍ରୀ ପାଣ୍ଡେ ପ୍ରଥମେ ଗତବର୍ଷ ଡିସେମ୍ବର ମାସରେ ଏସଂକ୍ରାନ୍ତ ଆବେଦନ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ହରେନ୍ଦ୍ର ନାଥଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ଏହା ତାଙ୍କ ବିଚାର ପରିସର ମଧ୍ୟରେ ଆସୁ ନଥିବାରୁ ଆବେଦନ ଖାରଜ ହୋଇଥିଲା । ଏହାକୁ ଶ୍ରୀ ପାଣ୍ଡେ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ଗ୍ରହଣ କରି ଜିଲ୍ଲା କୋର୍ଟ ପିଏମଓକୁ ନୋଟିସ କରିଛନ୍ତି । ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ରେ ହେବ । ସୂଚନାଯୋଗ୍ୟ, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳିବା ପାଇଁ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ପହଞ୍ଚିଥିଲେ । ଏହି ସମୟରେ ସେ ସେନା ପୋଷାକ ପରିଧାନ କରିବା ସହ ଯବାନମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେନା ବାହିନୀ ପାଇଁ ସରକାର ନେଇଥିବା ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଯବାନଙ୍କୁ ଅବଗତ କରାଇ ଯବାନଙ୍କୁ ଉତ୍ସାହିତ କରାଇଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି