ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ ମେଳା

News by Basant Ratha (Cuttack)

#କଟକ ସଦର(ଏନ୍‌.ଏମ୍‌.): କନ୍ଦରପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ବିଜ୍ଞାନ ମେଳା ଶନିବାର ଦିନ କଲେଜ ରୋଡରେ ଥିବା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ଅଞ୍ଚଳର ୨୦ ଟି ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସପାଲ ପ୍ରଫେସର ଖଲିକୁଜ ଜମନ ଖାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ ଅଧ୍ୟାପକ ଡଃ ସୁନିଲ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସିଦ୍ଧାନ୍ତ ଶେଖର ବିଷୋୟୀ, ବ୍ୟାଙ୍କ ଅଫ୍ ଇଣ୍ଡିଆର କନ୍ଦରପୁର ଶାଖା ପରିଚାଳକ ସଂଯୋଗ ରାଉତରାୟ, ଜଗତସିଂହପୁର ଜାଭିୟର ହାଇସ୍କୁଲ ପ୍ରିନ୍ସପାଲ ଅବଦୁଲ ଅଜିମ ଖାଁ, ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର କର, କ୍ରୀଡ଼ାବିତ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିବା ସହିତ ମେଳାକୁ ବୁଲି ଦେଖିଥିଲେ । ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ବୈଜୟନ୍ତୀ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ନରେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା ଯୋଗାଇ ଥିଲେ । କୃତି ପ୍ରତିଯୋଗୀଙ୍କୁ ଶେଷରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଜୁନିୟରରେ ପ୍ରଥମ ସ୍ଥାନ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପଦ୍ମପୁର, ଦ୍ୱିତୀୟ ସ୍ଥାନ ଯୁଗ୍ମ ଦିବ୍ୟଜ୍ୟୋତି ଦାସ ଓ ରିତ୍ୱିକ ସାହୁ । ସେଣ୍ଟ ଜାଭିୟର୍ସ ହାଇସ୍କୁଲ କନ୍ଦରପୁର । ତୃତୀୟ ସ୍ଥାନ ଅଦିତି ପ୍ରିୟଦର୍ଶିନୀ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ କନ୍ଦରପୁର । ସିନିୟର୍‌ରେ ପ୍ରଥମ ଶୁଭଦର୍ଶୀନୀ ବେହେରା, ତେଲଡିଆ ସ୍କୁଲ ଦ୍ୱିତୀୟରେ ଯୁଗ୍ମ – ପ୍ରୟାଗ ଲେଙ୍କା, ଆୟତପୁର ହାଇସ୍କୁଲ ଓ ଜ୍ଞାନରଞ୍ଜନ ଦାସ, ସରସ୍ୱତୀ ଶିଶୁ ମନ୍ଦିର, କନ୍ଦରପୁର ।
ତୃତୀୟରେ – ସୁଭାଙ୍ଗି ରାଉତ୍‌, ସେଣ୍ଟ ଜାଭିୟର୍ସ ହାଇସ୍କୁଲ କୃତୀତ୍ୱ ହାସଲ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି