ସୂଚନା ଓ ଲୋକ ସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଶପଥ ପାଠ
ଭୁବନେଶ୍ୱର (ଏନ୍.ଏମ୍.): ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବାରେ ଅନ୍ୟତମ ରାଷ୍ଟ୍ରନିର୍ମାତା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବଳିଷ୍ଠ ଅବଦାନ ରହିଥିଲା । ତାଙ୍କର ଆଜି ପବିତ୍ର ଜୟନ୍ତୀ ଅବସରରେ ସମଗ୍ର ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତର‘ରୁ ରାଷ୍ଟ୍ରୀୟ ଏକତା ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ କାର୍ଯ୍ୟାଳୟର ସମସ୍ତ ଅଧିିକାରୀ ଓ କର୍ମଚାରୀମାନଙ୍କୁ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ଶପଥପାଠ କରାଇଥିଲେ । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, କାର୍ଯ୍ୟାଳୟର ବିଭିନ୍ନ ଶାଖାର ଉପ ନିର୍ଦ୍ଦେଶକ, ଅନ୍ୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ସଂକଳ୍ପ କରିଥିଲେ । ପ୍ରକାଶ ଥାଉକି, ଅନୁରୂପଭାବେ ସମସ୍ତ ଜିଲ୍ଲାସ୍ତରରେ ମ୍ମ ରାଷ୍ଟ୍ରୀୟ ଏକତା ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।