ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

ସୁବୋଧକୃଷ୍ଣ ମିଶନ ପକ୍ଷରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟନ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସୁବୋଧକୃଷ୍ଣ ମିଶନ ପକ୍ଷରୁ ଆଜି ସ୍ଥାନୀୟ ସିଡ଼ିଏ ସେକ୍ଟର-୯ ମା’ଦୁର୍ଗା ମଣ୍ଡପରେ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ସପ୍ତାହର ଉଦ୍‌ଘାଟିତ ହୋଇଯାଇଛି । ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରବକ୍ତା ରୂପେ ରାମନାଥ ପଣ୍ଡା ଯୋଗ ଦେଇଥିଲେ । ସୁବୋଧକୃଷ୍ଣ ମିଶନ ସଂଯୋଜକ ଉତ୍କଳ ଭୂଷଣ ରାଉତରାୟ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁବୋଧ କୃଷ୍ଣ ମିଶନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ସମ୍ପାଦକ ବିନୟ କୁମାର ନାୟକ, ଉପାଧ୍ୟକ୍ଷ ଶଶୀଭୂଷଣ ତ୍ରିପାଠୀ, ଟ୍ରଷ୍ଟି ଲିଙ୍ଗରାଜ ଖାଡ଼େଙ୍ଗା ଓ ରାଜେଶ କୁମାର ସାହୁ, ଉପଦେଷ୍ଟା ମିଲନ ବଡ଼ୁ ଓ ନରେଶ କୁମାର ସାହୁ, ସେକ୍ଟର-୯ ଆବାସିକ ସଂଘର ସଭାପତି ଯଶୋବନ୍ତ ବେହେରା, ସମ୍ପାଦକ ସଞ୍ଜିବ ଶତପଥୀ ଓ ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୁବୋଧକୃଷ୍ଣ ମିଶନ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଙ୍କୁ ଆମନ୍ତ୍ରଣ ପୂର୍ବକ ସପ୍ତାହ ବ୍ୟାପୀ ଶୁକ ପରିକ୍ଷୀତ ସମ୍ବାଦ, କପିଳ ଦେବାହୁତି ସମ୍ବାଦ, ଜଡ଼ଭରତ ଓ ଅକାମିକ ସମ୍ବାଦ, ଭକ୍ତ ପ୍ରହଲ୍ଲାଦ ଚରିତ, ବାମନ ଚରିତ ତଥା କୃଷ୍ଣଜନ୍ମ, ନନ୍ଦୋତ୍ସବ, ଗୋବର୍ଦ୍ଧନ ଧାରଣ, ରାସଲୀଳା, ମଥୁରା ବିଜୟ, ରୁକ୍ମଣୀ ବିବାହ ଓ ହଂସ ଉପାଖ୍ୟାନ ସମ୍ପର୍କରେ ପ୍ରବଚନ ଦେଇଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଧରଣୀ ପଟ୍ଟନାୟକ, ସତ୍ୟାନନ୍ଦ ଦାସ, ବିଜୟ ପାତ୍ର, ନିତ୍ୟାନନ୍ଦ ରାଉତରାୟ, ଦେବେନ୍ଦ୍ର ପ୍ରଧାନ, ନିତ୍ୟାନନ୍ଦ ମିଶ୍ର, ଅକ୍ଷୟ କୁମାର ମହାନ୍ତି, କବିତା ପରିଡ଼ା, ଅଜିତ୍ ମଣ୍ଡଳ, ଶତ୍ରୁଘ୍ନନ ଚୌଧୁରୀ, ବିଭୁଦତ୍ତ ବେହୁରା, ଦୁଃଶାସନ ବେହେରା, ମନୋଜ ରାୟ, ଗୀତା ମହାପାତ୍ର, ଜିତୁ ସାମନ୍ତରାୟ, ସୁଧୀର ପାଲ ପ୍ରମୁଖ ସିଡ଼ିଏ ଅଞ୍ଚଳର ବହୁ କୃଷ୍ଣପ୍ରେମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନଗେନ୍ଦ୍ର ଦାସ, ଶରତ ସାମଲ, ଜ୍ୟୋତି ସାହୁ, ବିଜୟ ଦାସ ଅତିଥି ସଙ୍ଗୀତକାର ଭାବେ ମୁରଲୀଧର ଶତପଥି ଭାବେ ଭଜନ ଓ ସଙ୍ଗୀତ ପରିବେଷଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *