ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା

ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା

ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ବିଭିନ୍ନ ମହଲରେ ନିନ୍ଦା


ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବା ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବା ତଥା ଜନସାଧାରଣଙ୍କ ଭଲ ମନ୍ଦ ବୁଝିବା କାର୍ଯ୍ୟକୁ ବିରୋଧୀ ମାନେ ନାପସନ୍ଦ କରିଛନ୍ତି । ଏ ସବୁ କାର୍ଯ୍ୟ ସାଂସଦ ଓ ବିଧାୟକଙ୍କ ଭଳି ଲୋକପ୍ରତିନିଧିମାନେ କରିବାର ନିୟମ ଥିବାବେଳେ ସେମାନଙ୍କୁ ଏ ସୁଯୋଗରୁ ବଞ୍ଚିତ କରାଯାଇ ଅମଲାସ୍ତରରେ କରାଯିବା ସମ୍ବିଧାନର କଣ୍ଠରୋଧ ବୋଲି ବିରୋଧୀ ରାଜନେତାମାନେ ଅଭିଯୋଗ କରିବା ସହ ଆଜି ୫ଟି ସଚିବଙ୍କଗସ୍ତକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲାରେ ତାଙ୍କ କାରକେଡ଼କୁ ଅଣ୍ଡାମାଡ଼ କରାଯିବା ଭଳି ଅଭାବନୀୟ ଘଟଣା ଘଟିଛି । ତେବେ ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ଜଣେ ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ଔଷଧ ବିକଳରେ ତାଟିଆ କାମୁଡ଼ା ବୋଲି କୁହାଯାଇଛି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁରରେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଛି । କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍ ଆଦମୀ ପାର୍ଟିର କିଛି କର୍ମୀ ଏହି ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ ଆମ୍ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ । ପରେ ତାଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ୫ଟି ସଚିବଙ୍କ କାର୍ଯ୍ୟକ୍ରମ ରହିଛି । ଆଜି ସକାଳେ ୫ଟି ସଚିବ ଭିକେ ପାଣ୍ଡିଆନ ହେଲିକପ୍ଟରରେ କୋଟ ସମଲେଇ ଠାରେ ପହଞ୍ଚିଥିଲେ । ପରେ ସେଠାରୁ ଉଲୁଣ୍ଡା ବ୍ଲକରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଆମ୍ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ତାଙ୍କ କାରକେଡକୁ ଉପରକୁ ଅଣ୍ଡାମାଡ଼ କରିଥିଲେ । ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ଗତ ୨୯ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା । ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ । ୫-ଟି ସଚିବ ହେଲିକପ୍ଟରରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍ ଉଡ଼ାଇ ବିରୋଧ କରିଥିଲେ । କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍‌’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ୫ଟି ସଚିବ ଗସ୍ତ କରିଥିବା ବେଳେ ରାଜ୍ୟରେ ୫ଟି ସଚିବ ତାମିଲ ଶାସନ ଚଳାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ