ସୁପର କିଙ୍ଗ୍ସର ତୃତୀୟ ବିଜୟ

ସୁପର କିଙ୍ଗ୍ସର ତୃତୀୟ ବିଜୟ

ସୁପର କିଙ୍ଗ୍ସର ତୃତୀୟ ବିଜୟ

News by Allhad Kumar Mohanty (Bureau News)

#ବେଙ୍ଗାଲୁରୁ(ଏନ୍‍.ଏମ୍‍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଆଜି ଅନୁଷ୍ଠିତ ୨୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁକୁ ୮ରନରେ ପରାସ୍ତ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର କିଙ୍ଗ୍ସ ତୃତୀୟ ବିଜୟ ହାସଲ କରିବା ସହ ମୋଟ ୬ ପଏଣ୍ଟ ସହ ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ପହଞ୍ଚିଛି । ମ୍ୟାଚରେ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡୁପ୍ଲେସି ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲେ । ତେବେ ଚେନ୍ନାଇର ବ୍ୟାଟରମାନେ ଜବଦସ୍ତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୨୬ରନର ବୃହତ ସ୍କୋର କରିଥିଲା । ମାତ୍ର ୨୨୭ରନର ବିଜୟ ଲକ୍ଷ୍ୟ ପିଚ୍ଛା କରି ବେଙ୍ଗାଲୁରୁ ୨୦ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୧୮ରନ୍ କରି ବିଜୟଠାରୁ ମାତ୍ର ୯ରନ୍ ପଛରେ ରହି ଯାଇଥିଲା । ମାତ୍ର ୬ରନରେ ବେଙ୍ଗାଲୁରୁ ତା’ର ଅଧିନାୟକ ଫର୍ମରେ ଥିବା ଅଧିନାୟକ ବିରାଟ କୋହଲିଙ୍କୁ ହରାଇଥିଲା । ସେହିଭଳି ଦଳୀୟ ସ୍କୋର ଦଳ ମହିପାଳ ଲୋମରଙ୍କ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଦୁଇ ବିଦେଶୀ ଖେଳାଳୀ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଅଧିନାୟକ ଡୁପ୍ଲେସି ଧୂଆଧାର ବ୍ୟାଟିଂ କରି ଦଳର ବିଜୟ ଆଶା ଉଜ୍ଜୀବିତ କରିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୧୦ ଓଭରରୁ ୧୨୬ରନର ଭାଗିଦାରୀ କରିଥିଲେ । ମାତ୍ର ପ୍ରଥମେ ମ୍ୟାକ୍ସୱେଲ୍ ଓ ପରେ ଡୁପ୍ଲେସି ଆଉଟ୍ ହୋଇ ଯାଇଥିଲେ । ମ୍ୟାକ୍ସୱେଲ୍ ୭୬(୩୬ବଲ୍‌) ଓ ଡୁପ୍ଲେସି ୬୨(୩୩ବଲ୍‌) ରନ କରିଥିଲେ । ପରେ ଦିନେଶ କାର୍ତ୍ତିକ ୧୪ବଲ୍ରୁ ୨୮ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୪ଓଭର ବୋଲିଂ କରି ୪୫ରନ୍‌୍ ବିନିମୟରେ ସର୍ବାଧିକ ୩ଗୋଟି ୱିକେଟ୍ ଅକ୍ତିଆର କରିଥିଲେ ।
ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ଚେନ୍ନାଇ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ୧୬ରନରେ ଋତୁରାଜ ଗାଏକ୍ୱାଡ୍‌ଙ୍କ ୱିକେଟ ହରାଇଥିଲା । ତେବେ ଆଜଙ୍କ୍ୟ ରାହାଣେ(୩୭) ଓ ଡେଭନ କନୱେ(୮୩) ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର କରିବାରେ ସହାୟତା କରିଥିଲେ । ରାହାଣେଙ୍କ ୱିକେଟ ପରେ ଯୁବ ବ୍ୟାଟର ଶିବମ୍ ଦୁବେ ୨୭ବଲ୍ରୁ ୫୨ରନ୍ କରି ଚେନ୍ନାଇ ଲାଗି ୨୨୬ରନର ବିଶାଳ ସ୍କୋର ଛିଡ଼ା କରିପାରିଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ