ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ


ଜଗତପୁର(ଏନ୍‌.ଏମ୍‌.): ଘରକାମ କରିବା ପାଇଁ ରହି ମାଲିକଙ୍କ ବିଶ୍ୱାସ ଭାଜନ ହୋଇ ଘରୁ କଳାକନା ବୁଲାଇବା ଘଟଣାରେ ଆଜି ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଫକୀରପୁର ପଣ୍ଡାସାହି ଅଞ୍ଚଳରେ । ଘରୋଇ ମହିଳା କର୍ମୀ ଭାବେ ଦୀର୍ଘ ଦିନ ଧରି ଘରେ ରହି କାମ କରିବା ପରେ ସୁଯୋଗ ଦେଖି ସମସ୍ତ ସୁନାଅଳଙ୍କାର ଲୁଟି ନେଇଥିବା ଯୁବତୀଙ୍କୁ ଜଗତପୁର ଥାନା ପୁଲିସ ଆଜି ଗିରଫ କରିଛି । ଗିରଫ ଜଣକ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅଧିନସ୍ଥ ବଣିଆଟାଙ୍ଗୀ ଗ୍ରାମର ପୁଷ୍ପଲତା ପରିଡା(୨୦) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧ଟି ସୁନା ଚେନ, ୧ଟି ସୁନାମୁଦି ଓ ୨ହଳ ସୁନା କାନଫୁଲ ପୁଲିସ ଜବତ କରିଛି ।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଫକୀରପୁର ପଣ୍ଡାସାହିର ରାହୁଲ ପ୍ରତ୍ୟୁଷ ମହାନ୍ତିଙ୍କ ଘରେ ପୁଷ୍ପଲତା ଦୀର୍ଘମାସ ଧରି ଘରୋଇ କର୍ମୀ ଭାବେ କାମ କରିବା ସହ ମାଲିକଙ୍କ ଘରେ ରହୁଥିଲେ । କିନ୍ତୁ ସେ ଗତ ୨୧ ତାରିଖରେ ଅଚାନକ ଭାବେ ଘର ମାଲିକଙ୍କ ଆଗୋଚରରେ କେଉଁଆଡେ ଚାଲି ଯାଇଥିଲେ । ଏପରିକି ଘରୁ ଯିବାବେଳେ ମାଲିକଙ୍କ ସୁନା ଅଳଙ୍କାର ଲୁଟି ନେଇଥିଲେ । ଏହାଜାଣି ପାରି ରାହୁଲ ଜଗତପୁର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି କେସ ନମ୍ବର-୧୫୯/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଷ୍ପଲତା ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗୀ ସ୍ଥିତ ଘରେ ଲୁଚି ଥିବା ପୁଲିସ ଜାଣିପାରି ସେଠାରେ ଚଢାଉ କରି ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିବା ସହ ତା ନିକଟରୁ ସମସ୍ତ ଲୁଟ ସୁନା ଅଳଙ୍କାରକୁ ଜବତ କରିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି