ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ

ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ


#କଟକ (ଏନ୍‌.ଏମ୍‌.): ତିନୋଟି ସ୍ଥାନରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଏକ ଟ୍ରକକୁ ଲୋକେ ଅଟକାଇବା ସହିତ ଚାଳକକୁ ବିଡାନାସୀ ପୁଲିସ ଜିମା ଦେଇଛନ୍ତି । ତେବେ ଏହି ସିରିଜ୍ ଦୁର୍ଘଟଣାରେ ଗୋଟିଏ ମଟର ସାଇକେଲ୍ ଓ ଏକ କାର୍ ଭାଙ୍ଗିରୁଜି ଯାଇଛି । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ମୃତାହତ ହୋଇନାହନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ସଂନ୍ଧ୍ୟାରେ ଧବଳେଶ୍ୱର ନିକଟରେ (ଓଆର୍‌-୦୫-ଆର୍‌-୯୦୧୫)ନମ୍ବର ବିଶିଷ୍ଟ ଏକ ଟ୍ରକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଉଥିଲା ବେଳେ ସ୍ଥାନୀୟ ଲୋକେ ଏବଂ ପୁଲିସ ମଟରସାଇକେଲ୍‌ରେ ତାକୁ ପିଛା କରିଥିଲେ । ତେବେ ଡ୍ରାଇଭର ଜଣକ ଦ୍ରୁତଗତିରେ ଆସୁଥିବାବେଳେ ସ୍ଥାନୀୟ ନୂଆପାଟଣା ସେତୁରେ ଏକ ବାଇକ୍‌କୁ ଧକ୍କାମାରି ସେଠାରୁ ଖସି ଯାଇଥିଲା । ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ସେହିପରି ବିଡାନାସୀ ନିକଟରେ ଏକ କାର୍‌କୁ ପିଟି ଖସିଯିବାକୁ ଉଦ୍ୟମ କରୁଥିଲା ବେଳେ ସ୍ଥାନୀୟ ଲୋକେ ଗାଡିଟିକୁ ଅଟକାଇବାକୁ ସକ୍ଷମ ହୋଇଥିଲେ । ଏହାଛଡା ଗାଡି ଛାଡି ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ଚାଳକକୁ ଧରି ପୁଲିସ ଜିମା ଦେଇଛନ୍ତି । ବିଡାନାସୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଚାଳକକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ