ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା


କଟକ(ଏନ୍‌.ଏମ୍‌.): ସିଏମସି କଲ୍ୟାଣ ମଣ୍ଡପ ଦୁର୍ନୀତିର ଖୋଳତାଡ଼ ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ପରେ ପୁଣି ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମସି କଲ୍ୟାଣ ମଣ୍ଡପର ଦୁର୍ନୀତିକୁ ନେଇ ସିଏମ୍‌ସି ପକ୍ଷରୁ ପୂର୍ବତନ ତତ୍ତ୍ୱାବଧାରକ ପ୍ରଦୀପ ସାମଲ ଓ ତତ୍‌କାଳୀନ ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକଙ୍କ ନାମରେ ସ୍ଥାନୀୟ ପୁରୀଘାଟ ଥାନାରେ ଏତଲା ଦାୟର କରାଯାଇଛି ।
ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ସିଏମସି କଲ୍ୟାଣ ମଣ୍ଡପ ଓ ସହିଦଭବନରେ ଭଡ଼ା ନେଉଥିବା ଲୋକଙ୍କ ଟିକସକୁ ସିଏମସିରେ ଦାଖଲ କରାନଯାଇ ଆତ୍ମସାତ ହୋଇଥିବା ଘଟଣା ସେତେବେଳେ ଏ.ଜି. ଅଡିଟ ସମୟରେ ଧରାପଡ଼ିଥିଲା । ତେବେ ଏହି ଦୁର୍ନୀତି ବିଷୟ ପଦାକୁ ଆସିବା ବେଳକୁ ୨କୋଟି ୧୦ଲକ୍ଷ ୩୪ହଜାର ୭୫୬ ଟଙ୍କାର କୌଣସି ହିସାବ ମିଳିନଥିଲା । ତେଣୁ ସେତେବେଳେ କାଉନସିଲରେ ହୋହାଲ୍ଲା ହେବାରୁ ତତ୍‌କାଳୀନ କମିଶନର ତତ୍ତ୍ୱାବଧାରକଙ୍କୁ ନିଲମ୍ବନ କରିଥିଲେ । ଏହା ବିରୋଧରେ ମଧ୍ୟ ଅଭିଯୋଗ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ସେତେବେଳେ ୧୫୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ପୂର୍ବତନ ଉପଆୟୁକ୍ତ ପ୍ରସ୍ତୁତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଘଟଣା ଶିତଳ ପଡ଼ିଯିବା ସହ ସିଏମସି ପକ୍ଷରୁ ଫାଇଲକୁ ଚପାଇ ରଖାଯାଇଥିଲା । ମାତ୍ର ଏହି ଘଟଣାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ମାମଲା କରାଯିବା ପରେ ଲୋକାୟୁତ ତୁରନ୍ତ କାର୍ଯାନୁଷ୍ଠାନ ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ସିଏମସି କର୍ତ୍ତୃପକ୍ଷ ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ସିଏମସି ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ୨୦୧୫ ମସିହାରେ ଏହି ଘଟଣା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୨୦୧୫ ମସିହା ଜୁଲାଇ ୨ତାରିଖରେ ତତ୍‌କାଳୀନ କମିଶନର ଜ୍ଞାନ ଦାସ ତତ୍ତ୍ୱାବଧାରକ ଶ୍ରୀ ସାମଲଙ୍କୁ ନିଲମ୍ବନ କରିଥିଲେ । ଏହାପରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ପାଇଁ ଉକ୍ତ ବର୍ଷ ନଭେମ୍ବର ୫ତାରିଖରେ ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାର କେସ ନମ୍ବର ୧୧୬୪୮ର ତଦନ୍ତ ଦାୟିତ୍ୱ ତତ୍‌କାଳୀନ ଅତିରିକ୍ତ କମିଶନର ଭରତ ଚନ୍ଦ୍ର ବେହେରାଙ୍କୁ ଦିଆଯାଇଥିଲା । ଶ୍ରୀ ବେହେରା ଏହି ଘଟଣାର ତଦନ୍ତ କରି ୧୫୦ପୃଷ୍ଟା ସମ୍ବଳିତ ଏକ ରିର୍ପୋଟ ଚିଠିନମ୍ବର ୬୭୯୬ ତା ୯.୮.୨୦୧୬ରେ କମିଶନରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଢିଲା ହେବାର ସୁଯୋଗ ନେଇ ୨୦୧୮ ଜାନୁଆରୀ ୩୧ତାରିଖରେ ଶ୍ରୀ ସାମଲ ଅବସର ନେଇଥିଲେ । ଏହା ପୂର୍ବରୁ ଅଡ଼ିଟର ମଧ୍ୟ ଅର୍ଥ ଆତ୍ମସାତ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ଅସୁଲ କରିବା ନିମନ୍ତେ ପରାମର୍ଶ ଦେଇଥିବାବେଳେ ସେତେବେଳେ ସିଏମସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିବା ସହ ଶ୍ରୀ ସାମଲଙ୍କୁ କେବଳ ନିଲମ୍ବନ କରି ନିଜର ଦାୟିତ୍ୱ ସାରିଦେଇଥିଲା । ତେବେ ଏତେବର୍ଷ ପରେ ଏହି ମାମଲା ଉଠିଥିଲେ ମଧ୍ୟ ହଡ଼ପ ଅର୍ଥ ଅସୁଲ କରିବା ଅସମ୍ଭବ ବୋଲି ପୂର୍ବତନ କର୍ପୋରେଟରମାନେ ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି