ସିଏମସି ୪୮ନମ୍ବର ୱାର୍ଡ ବିଜେଡିରେ ଫାଟ: ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତକର୍ମୀ ଏବେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ
କଟକ(ଏନ୍.ଏମ୍.): ଗତ ୨୦୨୨ ପୌର ନିର୍ବାଚନରେ ସିଏମସି ୪୮ନମ୍ବର ୱାର୍ଡରେ ଟିକଟ ବଣ୍ଟନକୁ କେନ୍ଦ୍ରକରି ବିଜୁ ଜନତା ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା । ଶେଷରେ ଏହି ୱାର୍ଡରୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନଳିନୀ ବେହେରା କର୍ପୋରେଟର ଟିକଟ ହାତେଇବା ସହ ବିଜୟୀ ହୋଇଥିଲେ । ହେଲେ ନିର୍ବାଚନୀ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ସମେତ ମହିଳା ସଭାନେତ୍ରୀ ଇତିଶ୍ରୀ ପଣ୍ଡା ଓ ଛାତ୍ରନେତା ରୁଦ୍ର ନାରାୟଣ ମହାପାତ୍ରଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ନିଲମ୍ବନ କରାଯାଇଥିଲା । ତେବେ ବିଜେଡି ପ୍ରାର୍ଥିନୀ ନଳିନୀଙ୍କ ବିଜୟ ପରେ ତ୍ରିଲୋଚନ ନିଜ ଦୋଷ ଲୁଚାଇବାକୁ ପୁନର୍ବାର ଦଳରେ ରହିବାକୁ ଇଚ୍ଛା ପ୍ରକାଶ କରୁଥିବା ଦଳୀୟ ମହଲରୁ ଜଣାପଡ଼ିଛି । ହେଲେ ୱାର୍ଡ ସଭାପତି ବିଜୟ କୁମାର ଭୂୟାଁ ଉକ୍ତ ୩ଜଣଙ୍କ ସମସ୍ତ ତଥ୍ୟ ପ୍ରଦାନ କରି ଚୌଦ୍ୱାର-କଟକ ବିଧାୟକଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ୱାର୍ଡ ସଭାପତିଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଅଚାନକ ଭାବେ ଦଳରୁ ନିଲମ୍ବନ କରାଯାଇଥିଲା । ହେଲେ ପୂର୍ବରୁ ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଶ୍ରୀ ପଣ୍ଡା କୁଆଡେ ଦଳରେ ମିଶିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ଚର୍ଚ୍ଚା ହେଉଛି । ତେବେ ଶ୍ରୀ ପଣ୍ଡା ନିର୍ବାଚନୀ ସମୟରେ କୌଣସି ଦଳ ବିରୋଧି କାର୍ଯ୍ୟ କରି ନଥିବା ସଫେଇ ଦେଉଛନ୍ତି । ମାତ୍ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ, ଯେଉଁମାନେ ଦଳ ବିରୋଧି ସେମାନଙ୍କୁ ଆଉ କୌଣସି ମତେ ସୁଯୋଗ ଦିଆଯିବ ନାହିଁ । ଶ୍ରୀ ବିଶ୍ୱାଳଙ୍କ ଏଭଳି ମନ୍ତବ୍ୟ ଶୁଣି ନିଲମ୍ବିତ ନେତାଙ୍କ ଆଖିରୁ ନିଦ ହଜିଯାଇଛି । ତେବେ ନିଲମ୍ବିତ କର୍ମୀମାନେ ବିଭିନ୍ନ ସମୟରେ ଚାଣକ୍ୟ ନୀତି ଅବଲମ୍ବନ କରି ବିଧାୟକଙ୍କ ପ୍ରିୟପାତ୍ର ହୋଇପାରିଥିବା ବେଳେ ଏବେ ତାଙ୍କୁ ୱାର୍ଡରେ ବିଭିନ୍ନ ସମାଲୋଚନା ହେବାକୁ ପଡଥିବା ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ପଠାଇଥିବା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏଠାରେ ସୁଚନା ଥାଉକି ଗତ ୨୦୧୪ ପୌର ନିର୍ବାଚନ ସମୟରେ ଶ୍ରୀ ପଣ୍ଡା ୪୮ନମ୍ବର ୱାର୍ଡର ସଭାପତି ଦାୟିତ୍ୱରେ ରହିଥିଲେ । ସେବେଠାରୁ ତାଙ୍କ ମନରେ କର୍ପୋରେଟର ହେବାକୁ ନେଇ ଆଶା ସଂଚାର ହୋଇଥିଲା । କିନ୍ତୁ ଶେଷ ମୁହୁର୍ତ୍ତରେ ବିଜେଡିରୁ ଲଳିତେନ୍ଦୁ ଶତପଥି ଦଳୀୟ ଟିକେଟ ପାଇଥିଲେ । ଏଥିରେ ନିରାଶ ହେବାରୁ ସେ ଦଳୀୟ ପ୍ରାଥିଙ୍କ ବିପକ୍ଷରେ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରି ଲଳିତେନ୍ଦୁଙ୍କୁ ପରାଜୟର ସ୍ୱାଦ ଚଖାଇଥିଲେ । ଯଦି ସେ ସମୟରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥାନ୍ତା ୪୮ନମ୍ବର ୱାର୍ଡରେ ଗଲା ନିର୍ବାଚନରେ ନଳିନୀ ଏକତରଫା ଭାବେ ବିରୋଧିଙ୍କୁ ମାତ ଦେଇ ବିଜୟୀ ହୋଇଥାଆନ୍ତେ ବୋଲି ରାଜନୌତିକ ସମିକକ୍ଷଙ୍କ ମହଲରେ ମତ ପ୍ରକାଶ ପାଉଛି । ନଳିନୀ ମାତ୍ର ୧୩୯ ଖଣ୍ଡ ଭୋଟରେ ଜିତି କର୍ପୋରେଟର ହେବାପରେ ନିଲମ୍ବିତ କର୍ମୀଙ୍କ ପ୍ରକୃତ ଚେହେରା ୱାର୍ଡ ବାସିଙ୍କ ସାମ୍ନାକୁ ଆସିଥିବା କୁହାଯାଉଛି । ତେବେ ଏମାନଙ୍କୁ ଦଳ ପୁଣି ନେବ କି ନାହିଁ ତାହା ସମୟକୁ ଅପେକ୍ଷା