ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ଫଟୋ- ପଦ୍ମଲୋଚନ ମିଶ୍ର

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଅଞ୍ଚଳର ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି, ବସ୍ତିସଂଘର ସଭାପତି, ଆରୋଗ୍ୟ କଲ୍ୟାଣ ସମିତି, ସ୍ୱଛ ସାଥୀ, ଜଳ ସାଥିଙ୍କ ସମେତ ସିଏମସି ୱାର୍ଡ ଅଫିସର ପିତାମ୍ବର ମଲ୍ଲିକ ଯୋଗ ଦେଇଥିଲେ । ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟଅତିଥି ଭାବେ ପୂର୍ବତନ କର୍ପୋରେଟର ତଥା ବସ୍ତି ମହାସଂଘ ସଭାପତି ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା ଯୋଗଦେଇ ବସ୍ତିରେ ସ୍ୱଚ୍ଛତା ରକ୍ଷା କରିବା ତଥା ସମ୍ପ୍ରତି କରୋନାର ତୃତୀୟ ଲହର ସମୟରେ କିଭଳି ଏହାକୁ ମୁକାବିଲା କରାଯାଇବ ସେ ନେଇ ସରକାରଙ୍କ ପକ୍ଷରୁ ଜାରିହୋଇଥିବା ବିଭିନ୍ନ କଟକଣାକୁ ପାଳନ କରିବାକୁ କହିଥିଲେ । ଏଥି ସହିତ ମହିଳା ଆରୋଗ୍ୟ ସମିତିର ସଭାନେତ୍ରୀ ମାନଙ୍କୁ ଜନସଚେତନତା ସୃଷ୍ଟି କରିବା ପାଇଁ ୧୫ଦିନ ବ୍ୟାପୀ ଏକ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ପୁନଶ୍ଚ ସିଏମସି ୪୮ ନମ୍ବର ୱାର୍ଡ଼କୁ ଏକନମ୍ବର ୱାର୍ଡ଼ କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ମାନସ ପରିଡା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ପିଏଲଭି ଲୋକନାଥ ଶତପଥି, ଅକ୍ଷୟ ନାୟକ, ବସ୍ତିସଙ୍ଘ କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ୱାର୍ଡର ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ନାୟକ, ମୁରଲୀ ନାୟକ, ସୁରେଶ ଜେନା, ରମେଶ ଶରଣ, ବିରଞ୍ଚି ସାମଲ, ଇତିଶ୍ରୀ ପଣ୍ଡା, ସୁଜାତା ମାହାନା, ରଶ୍ମିରେଖା ନନ୍ଦ, ପ୍ରମିଳା ଶରଣ, ବିଶ୍ୱପ୍ରିୟା ମହାନ୍ତି, ସୁଜାତା ବେହେରା, ବନ୍ଦିତା ହାତୀ, ମିନାକ୍ଷୀ ସ୍ୱାଇଁ, ଜୋତ୍ସ୍ନାରାଣୀ ବେହେରା, ବନ୍ଦିତା ଦାସ, ରଞ୍ଜୁ ପୃଷ୍ଟି, ରବିନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିସହିତ ବିଭିନ୍ନ ସାହିରୁ ପ୍ରମୁଖ ନାରୀନେତ୍ରୀ ଉପସ୍ଥିତ ରହି ଆଗାମୀ ଦିନରେ ୱାର୍ଡ଼ର ବହୁମୁଖୀ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ