ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି

ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି

ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି

News By Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୨୭ ନମ୍ବର ୱାର୍ଡ ରାଉସାପାଟଣା ଠାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ରାୟଙ୍କ ଚା ଖଟି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମନ୍ତରାୟ ଯୋଗଦେଇ ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ଅଞ୍ଚଳର ଯେ କୌଣସି ସମସ୍ୟା ରହିଛି ଆଗାମୀ ଦିନରେ ତାହା ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ନିଶ୍ଚିତ ସମାଧାନର ବାଟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଉସାପଟଣାର ବହୁ ପୁରାତନ ପୁଷ୍କରିଣୀକୁ କଟକ ସହରର ଏକ ଆଦର୍ଶ ପୁଷ୍କରିଣୀ ଭାବେ ଗଢି ତୋଳିବାକୁ ଦୃଢ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଅନ୍ୟ ପକ୍ଷରେ ରାଉସାପାଟଣାର ଏକ କମ୍ୟୁନିଟି ହଲ ନିମନ୍ତେ ଡାକ୍ତର ମଲ୍ଲିକଙ୍କ ସ୍ପେଶିଆଲ ଫଣ୍ଡରୁ ୫ ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ହରିପୁର ଦୋଳମୁଣ୍ଡାଇସ୍ଥିତ ମୟୁର ଯୁବ ସଂଗଠନ ତରଫରୁ ହେଉଥିବା ଦିବା ରାତ୍ରି କ୍ରିକେଟ ମ୍ୟାଚକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, କଟକ ଜିଲ୍ଲା ଉପସଭାପତି ଲିଙ୍ଗରାଜ ହାତୀ, ରାଜ୍ୟ ପଦାଅଧିକାରୀ ମହମ୍ମଦ ସକିଲ, କର୍ପୋରେଟର ଇତିଶ୍ରୀ ଦାସ, ଆଇନଜୀବୀ ସ୍ୱଦେଶ ଦାସ, ଗ୍ରାମର ଅଧିକାରୀ ପ୍ରତାପ ଦାସ, ଲଷ୍ମୀଧର ଦାସ, ସୁଦର୍ଶନ ଦାସ, ଆଇନଜୀବୀ ସୁରେନ୍ଦ୍ର ମିଶ୍ର, ବିଶ୍ୱନାଥ ଦାସ, ସମ୍ପାଦକ ଇଂ.ଜ୍ୟୋତିଷ ଦାସ, ସଭାପତି ବସନ୍ତ ସେନ, ଶିବ ବଜାର ପୂଜା କମିଟିର ସଭାପତି ଅତୁଲ ଚନ୍ଦ୍ର ନନ୍ଦୀ, ମୀନକେତନ, ଦୁର୍ଗା/କାଳୀ କମିଟି ସଭାପତି ଦିଲ୍ଲୀପ ଦାସ, ବିବେକାନନ୍ଦ ପାତ୍ର, ଚାନ୍ଦୁ କାନୁନଗୋ, ପ୍ରବୀଣ ବରାଳ, ଅମରେଶ ଦାସ, କାବୁଲି ମୁଳିଆ, ଜୟନ୍ତ ସେନ, ଟିକିନା ବେହେରା, ବିକ୍ରମ ଛାଟୋଇ, ପ୍ରସାଦ ଜେନା, ସୋମୁ ପ୍ରଧାନ, ସନାତନ ସ୍ୱାଇଁ, ବିଷୁ ଚରଣ ଦାସ, ରବୀନ୍ଦ୍ର ସେନ, ଆନନ୍ଦ ଦାସ, ବଲ୍ଲଭ ମହାରଣା, ଚିନ୍ମୟୀ ନନ୍ଦି, ଧୀରେନ ଦାସ, କିଶୋର ଚନ୍ଦ୍ର ମହାରଣା,ବାବୁ ମୁଳିଆ, ରବି ଦାସ, ସଦୟ ବୋଷ, ଅକ୍ଷୟ ଖଟୁଆ, ଟିମା ବିଶୋଇ, ରୁବୁଲୁ ସ୍ୱାଇଁ, ଶ୍ରୀମାନ ପରିଜା, ରାଜୀବ ହାତୀ, ଜ୍ଞାନେନ୍ଦ୍ର ମହାରଣା, ଗୌରେନ୍ଦ୍ର ମହାରାଣ, ସୌମ୍ୟ ବେହେରା,ଦୀପକ ମହାରଣା,ସୂର୍ଯ୍ୟକାନ୍ତ ମହାରଣା ପ୍ରମୁଖ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ