ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ#

ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ#

ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଦୋଳମୁଣ୍ଡାଇ ଠାରେ ସିଏମସି ୨୭ନମ୍ବର ୱାର୍ଡ଼ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର, ୱାର୍ଡ଼ ସଭାପତି, ମହିଳା ବିଜେଡି ସାଧାରଣ ସମ୍ପାଦକ ଇତିଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ରାଜ୍ୟସରକାରଙ୍କ ଏକାଧିକ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତଦାତାଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ କର୍ପୋରେଟର ଇତିଶ୍ରୀ ଦାସ ନବୀନ ପଟ୍ଟନାୟକ ଓ ସରକାରଙ୍କର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ କିଭଳି ୨୭ନମ୍ବର ୱାର୍ଡ଼ରେ ସଫଳ ହୋଇଛି ସେ ସମ୍ପର୍କରେ କହିଥିଲେ। ଉକ୍ତ ବୈଠକରେ କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସକିଲ, ଜିଲ୍ଲା ବିଜେଡି ଉପସଭାପତି ଧର୍ମେଶ ନାୟକ, ଜୀବନବିନ୍ଦୁ ମୋ ପରିବାର ସଂଯୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ପୂର୍ଣ୍ଣିମା ସିଂହ, ମନଜିତ ଦାସ, ଆସିଫ ଅମିନ, ଲିଗାଲସେଲ ସଭାପତି ଆଇନଜୀବୀ ମିଲନ କାନୁନଗୋ, ମହିଳା ଜିଲ୍ଲା ସଭାପତି ତଥା ପୂର୍ବତନ ମେୟର ଅନିତା ବେହେରା, ପୂର୍ବତନ କର୍ପୋରେଟର ରମଜାନ ଖାନ, ୱାର୍ଡ଼ ପର୍ଯ୍ୟବେକ୍ଷକ ନମିତା ବାରିକ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ଦାସ, ସମ୍ପାଦକ ପ୍ରଫୁଲ୍ଲ ସିଂହ, ସ୍ମିତା ମୂଳିଆ, ଶିଶିର କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ରାଉସାପାଟଣା ସଭାପତି ଦିଲ୍ଲୀପ ଦାସ, ଭଗତପୁର ସଭାପତି ବିବେକ ପାତ୍ର, ଶଙ୍କର ଦାସ, ପ୍ରବୀଣ ବରାଳ, ସମ୍ପାଦକ ଭବାନୀ ମହାରଣାଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ଯୋଗଦେଇ କଟକରେ ବିଜେଡିର ବିଜୟ ନିମନ୍ତେ ସଂକଳ୍ପ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ