ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା

ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ: କେକ୍‍, ପାଉଁରୁଟି ଓ ବିସ୍କୁଟରେ ମିଶୁଥିଲା ପଚା ଅଣ୍ଡା


#କଟକ(ଏନ୍‍.ଏମ୍‍.): ଖାଦ୍ୟରେ ଜହର । ବିଭିନ୍ନ ଅପମିଶ୍ରଣ ସାଙ୍ଗକୁ ମିଶୁଛି ଅଖାଦ୍ୟ । ଯାହା ଫଳରେ ସୃଷ୍ଟି ହେଉଛି ବିଭିନ୍ନ ରୋଗ । ଲୋକେ ଖାଇବା ନାଁରେ କିଣୁଛନ୍ତି ଜହର । ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । କଟକ ସହରରେ ଥିବା ଏକ ପାଉଁରୁଟି (ବେକେରୀ) କାରଖାନାରେ ଖାଦ୍ୟ ଅନୁପୋଯୋଗୀ ସାମଗ୍ରୀରେ ତିଆରି ଚାଲିଥିବା ସୁଷମ ଖାଦ୍ୟ । ତେବେ ଏହି ସୁଷମ ଖାଦ୍ୟ କେତେ ସ୍ୱାସ୍ଥ୍ୟପୋ ଯୋଗୀ ତାହା ଆଜିର ଖବରରୁ ଜଣାପଡ଼ିଛି । ତେବେ ନକଲି ସାମଗ୍ରୀକୁ ନେଇ ଐତିହାସିକ କଟକ ସହର ଏବେ ଚର୍ଚ୍ଚାରେ । ଏଠି ପନିରଠାରୁ ଆରମ୍ଭ କରି ବିଭିନ୍ନ ମସଲା ପର୍ଯ୍ୟନ୍ତ ସବୁ ନକଲି । ଏପରିକି ଅର୍ଥ ଲୋଭରେ ଲୋକଙ୍କ ଜୀବନ ସହିତ ଖେଳିବାକୁ ପଛାଉ ନାହାନ୍ତି ଅସାଧୁ ବ୍ୟକ୍ତି । କଟକ ସାଆନ୍ତ ସାହିରେ ଥିବା ବିକ୍ରମ ବେକେରୀରେ ପଚା ଅଣ୍ଡାରେ କେକ୍‌, ବାଉଁରୁଟି ଓ ବିସ୍କୁଟ୍ ପରି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ହେଉଥିବା ଘଟଣାର ସିଏମସି ସ୍ୱାସ୍ଥ୍ୟ ବିଭାଗ ପର୍ଦ୍ଦାଫାସ କରିଛି । ସିଏମସିର ଖାଦ୍ୟନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯିବାବେଳେ ପଚା ଅଣ୍ଡାରେ ଏସବୁ ଖାଦ୍ୟ ପ୍ରସ୍ତୁତ ହେବା ଜଣାପଡ଼ିଛି । ତେବେ ଏହି ପଚା ଅଣ୍ଡା କାରବାର ପଛରେ ଏକ ବଡ଼ ରାକେଟ କାମ କରୁଥିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । କେବଳ ଏହି କାରଖାନାକୁ ପଚାଅଣ୍ଡା ଆସୁଥିଲା ନା ଅନ୍ୟ କାରଖାନାକୁ ଯାଉଛି ତାହାର ତଦନ୍ତ କରିବା ନିମନ୍ତେ ଖାଦ୍ୟ ନିରାପତ୍ତା ବିଭାଗ ଅଧିକ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପଚାଅଣ୍ଡା ବ୍ୟବହାର କରି ଏହି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନାକୁ ସିଏମସି ସିଲ୍‍ କରିବା ସହ ଅନ୍ୟ କାରଖାନା ଉପରେ କଡ଼ା ନଜର ରଖା ଯାଇଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ