ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ

ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ

ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ(ସିଏମସି)ରେ ନିର୍ବାଚନ ବିଗୁଲ ବାଜିସାରିଛି । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳରେ ମଧ୍ୟ ସମରସଜ୍ଜା ଆରମ୍ଭ ହୋଇଛି । ଏହି ରଣାଙ୍ଗନରେ କେଉଁ ଦଳ କାହାକୁ ସେନାପତି କରି କର୍ପୋରେଟର ଟିକେଟ ଦେବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଶିବିରରେ ଅଙ୍କକଷା ଆରମ୍ଭ ହୋଇଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡଟି ଜଗତପୁର ଅଞ୍ଚଳର ଅନ୍ଧାରୀ ଖର୍ଦ୍ଧା ସାହି, ଲକ୍ଷ୍ମୀ ନାରାୟଣ ବିହାର, ପଣ୍ଡା ସାହି, ପାଞ୍ଚଘରିଆ ଭୁବନପୁର, ଫକିରପୁର, ନଜରପୁର, ବଉଳେଇ, ପାଗା ସାହି, ସହର ସାହି, ବୈକୁଣ୍ଠ ବିହାର ସହିତ ଅନ୍ୟ କେତେ ସାହି ବସ୍ତି କଲୋନୀକୁ ନେଇ ଗଠିତ । ତେବେ କଟକ ମହାନଗର ନିଗମରେ ଦୀର୍ଘ ଦିନ ଧରି କାଉନସିଲ ଭାଙ୍ଗିଯାଇଥିବାବେଳେ ଏବେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ୱାର୍ଡଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ୱାର୍ଡ଼ରେ ସମ୍ପ୍ରତି ବିଜେଡ଼ି ଦଳର ଦପଦପା ଆଗରେ ରହିଥିବା ଦେଖିବାକୁ ମିଳିଛି । ଅନୁସନ୍ଧାନ ଅନୁଯାୟୀ ୱାର୍ଡର ଜନ ସାଧାରଣଙ୍କ ମତରେ ବିଜେଡି ଦଳର ମୋନାଲିସା ଶୁକ୍ଲଙ୍କ ନାମ ଆଗରେ ରହିଛି । ଠିକ୍ ସେହିପରି କଂଗ୍ରେସର ଜୟଶ୍ରୀ ସାମଲଙ୍କ ନାମ ମଧ୍ୟ ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ରହିଛି । ସେହିଭଳି ବିଜେପିର ମଧ୍ୟ ବେଶ ପତିଆରା ରହିଥିବା ଦେଖିବାକୁ ମିଳିଛି । ଏହି ୱାର୍ଡ଼ରେ ବିଜେପିର ଆଶାୟୀ ପ୍ରାର୍ଥିନୀ ମଧୁସ୍ମିତା ସାମଲଙ୍କ ନାମ ମଧ୍ୟ ଆଗରେ ରହିଥିବା ଜଣାପଡ଼ିଛି । ସେହିଭଳି ଅନ୍ୟ ଜଣେ ସ୍ୱାଧିନ ପ୍ରାର୍ôଥନୀ ମମତା ନାୟକ ମଧ୍ୟ ଆଗାମୀ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଯଦି ଏହି ଅନୁସନ୍ଧାନ ସତ୍ୟ ହୁଏ ତେବେ ୪୮ ନମ୍ବର ୱାର୍ଡ଼ରେ ଏହି ଚାରି ଜଣ ପ୍ରାର୍ଥୀ ରଣାଙ୍ଗନକୁ ଅବତୀର୍ଣ୍ଣ ହେବେ ବୋଲି ଶୁଣିବାକୁ ମିଳୁଛି ।
ଏହି ଅବସରରେ ବିଜେଡିର ମୋନାଲିସା ଶୁକ୍ଳ ନିଜ ୱାର୍ଡର ବିଜୁ ମହିଳା କର୍ମକର୍ତ୍ତା, ବିଭିନ୍ନ ମହିଳା ସଂଗଠନ ସହିତ ଦୀର୍ଘ ଦିନ ଧରି ଜଡ଼ିତ ରହିବା ସହ କାର୍ଯ୍ୟ କରୁଛନ୍ତି । ପୁନଶ୍ଚ ତାଙ୍କ ସ୍ୱାମୀ କାହ୍ନୁ ଚରଣ ଶୁକ୍ଳଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଓଡିଶାର ବିକାଶ ପୁରୁଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକାଶ ଧାରାରେ ନିଜକୁ ସାମିଲ କରି ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ବର୍ତ୍ତମାନ ବିଧାୟକ ସୌଭିକ ବିଶ୍ୱାଳଙ୍କର ସହଯୋଗ ଓ ପ୍ରଗତିରେ ୱାର୍ଡର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ତାହାକୁ ପାଥେୟ କରି ଶ୍ରୀମତୀ ଶୁକ୍ଳା ବିଜେଡି ଦଳରୁ ପ୍ରାର୍ଥିନୀ ହୋଇ ନିର୍ବାଚନରେ ବିଜୟ ଲାଭ କରିବା କଷ୍ଟସାଧ୍ୟ ହେଲେ ମଧ୍ୟ ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳଙ୍କର ସାଙ୍ଗଠନିକ ଦକ୍ଷତା ଓ ସମସ୍ତଙ୍କୁ ଏକ କରି ନିର୍ବାଚନର ସ୍ଥିତି ବଦଳେଇବା ଓ ଗୋଟି ଚାଳନା କରିବା ଭଲଭାବେ ଜଣା । ଏହାର ସୁଯୋଗରେ ଆଗାମୀ ଦିନରେ ୪୮ନମ୍ବର ୱାର୍ଡରେ ସମସ୍ତ ସଂଗଠନ ସହିତ ସୁସମ୍ପର୍କ ରଖିବାରେ ଶ୍ରୀମତି ଶୁକ୍ଳଙ୍କ ସ୍ୱାମୀଙ୍କର ଦୀର୍ଘଦିନର ପ୍ରଚେଷ୍ଟା ସାକାର ହେବାରେ ଲାଗିଛି । ଏହି ସବୁକୁ ଆଧାର କରି ସମସ୍ତଙ୍କର ମତାମତକୁ ସଂଗ୍ରହ କରି ଶ୍ରୀମତି ଶୁକ୍ଳ ୪୮ନମ୍ବର ୱାର୍ଡରେ କର୍ପୋରେଟର ପ୍ରାର୍ଥିନୀ ଭାବରେ ଆଗରେ ଅଛନ୍ତି । ଅନ୍ୟପକ୍ଷରେ ଶ୍ରୀମତୀ ଶୁକ୍ଳା ୱାର୍ଡର ବରିଷ୍ଟ ବିଜେଡି କର୍ମକର୍ତ୍ତା ପ୍ରତେକ ସାହିର ମୁରବୀ, ଗୁରୁଜନ, ମହିଳା, ଯୁବକ, ଛାତ୍ର ଛାତ୍ରୀ ଓ ବ୍ୟବସାୟୀ ଭାଇ ଭଉଣୀମାନଙ୍କର ଆର୍ଶିବାଦ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଣ୍ଟା ଭିଡି ସାରିଲେଣି । କେବଳ ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ତାରିଖକୁ ଅପେକ୍ଷା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ