ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର

ସିଏମସିର ନିଷ୍ପତ୍ତି: ଏଣିକି ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ କରୋନା ଟିକା, ଜାରି ହେଲା ନିଶୁଳ୍କ ନମ୍ବର


କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶଯ୍ୟାଶାୟୀଙ୍କୁ ଘରେ କରୋନା ଟିକା ପ୍ରଦାନ କରାଯିବ । ଯେଉଁମାନେ ବାର୍ଦ୍ଧକ୍ୟଜନିତ କିମ୍ବା କୌଣସି କାରଣବଶତଃ ଶଯ୍ୟାଶାୟୀ ଥିବେ ସେମାନେ ନିଗମ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବରରେ ଯୋଗାଯୋଗ କରିବା ପରେ ନିଗମ ପକ୍ଷରୁ ସେମାନଙ୍କ ଘରେ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ନିଗମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳଙ୍କୁ ନିୟୋଜିତ କରାଯାଇଛି ।
ଯେଉଁମାନେ ଏହି ସୁବିଧା ନେବାକୁ ଚାହିଁବେ ସେମାନେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନିଃଶୁଳ୍କ ନମ୍ବର ୯୭୭୭୦୬୭୨୯୭ରେ ନାମ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଶନିବାର ଓ ରବିବାରକୁ ଛାଡ଼ିଦେଲେ ଅନ୍ୟ ଦିନରେ ପଞ୍ଜିକରଣ ବ୍ୟବସ୍ଥା ଖୋଲା ରହିବ । ସେହିଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ଘରୁ ଗାଡ଼ି ଯୋଗେ ଟିକାକରଣ କେନ୍ଦ୍ରକୁ ନିଆଯାଇ ସେଠାରେ ଟିକା ଦିଆଯିବା ପରେ ପୁନଃ ଘରେ ଛଡ଼ାଯିବା କାର୍ଯ୍ୟକ୍ରମ ଜାରି ରହିଛି । ନିଗମ ଅନ୍ତର୍ଗତ ଅଞ୍ଚଳରେ ସଂପ୍ରତି ୧୩ ଲକ୍ଷ ୬୨ ହଜାର ୫୭୮ଜଣ କରୋନା ଟିକା ଗ୍ରହଣ କରିଛନ୍ତି; ମାତ୍ର ଏବେ ସୁଦ୍ଧା ବହୁ ବରିଷ୍ଠ ଓ ଦିବ୍ୟାଙ୍ଗମାନେ ଟିକା ନେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି । ସେମାନେ ବିଭିନ୍ନ କାରଣରୁ ଟିକା କେନ୍ଦ୍ରକୁ ଆସିପାରୁ ନାହାନ୍ତି । ସେମାନଙ୍କ ଘରେ ହିଁ ଏହି ଟିକା ପ୍ରଦାନ କରିବା ପାଇଁ ନିଗମ ନିଷ୍ପତ୍ତି ନେଇଛି । ପଞ୍ଜିକରଣ ପାଇଁ ଟୀକା ନେବାକୁ ଥିବା ବ୍ୟକ୍ତିଙ୍କର ପୂରା ନାମ, ଘର ଠିକଣା, ୱାର୍ଡ ନମ୍ବର, ଆଧାର କାର୍ଡ ନମ୍ବର ଏବଂ ବୈଧ ଫୋନ ନମ୍ବର ଦେବାକୁ ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ