ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ୨ଟି ବିଜ୍ଞପିତ ଅଞ୍ଚଳ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ମହାନଗର ନିଗମରେ ଆଜି ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଜ୍ଞପିତ ଅଞ୍ଚଳ ଓ ପୌରପରିଷଦ ସମେତ କଟକ ମହାନଗର ନିଗମରେ ଅଧ୍ୟକ୍ଷ ଏବଂ ମେୟରଙ୍କ ଶପଥ ଗ୍ରହଣ କରିଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସହିଦ ଭବନରେ ଏହି ଶପଥପାଠ ଉତ୍ସବ କରାଯାଇଥିବାବେଳେ ମେୟର ଭାବେ ସୁବାସ ସିଂହ ଓ ସମସ୍ତ ୱାର୍ଡ଼ର ନିର୍ବାଚିକ କର୍ପୋରେଟରମାନେ ଶପଥପାଠ କରିଥିଲେ । ଗଣତନ୍ତ୍ରକୁ ସୁଦୃଢ ,ସମୃଦ୍ଧ ଓ ପରିପୁଷ୍ଟ କରିବା ନିମନ୍ତେ ନିର୍ବାଚନ ପକ୍ରିୟା ଅପରିହାର୍ଯ୍ୟ । ଏହା ମାଧ୍ୟମରେ ଜନସାଧାରଣ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିଥାନ୍ତି । ନିର୍ବାଚିତ ପ୍ରତିନିଧିମାନେ ସମ୍ପୃକ୍ତ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏଥିପାଇଁ ଉଦ୍ଦିଷ୍ଟ ଉପଯୁକ୍ତସ୍ତରରେ ପ୍ରତିପାଦିତ କରି ଏହାକୁ ଅନୁମୋଦିତ କରାଇଥାନ୍ତି ।
ଆଜି ସିଏମସି ନବନିର୍ବାଚିତ ମେୟର ଶ୍ରୀ ସିଂହ, ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିବାବେଳେ ମହାନଗର ନିଗମର ସମସ୍ତ କର୍ପୋରେଟର ଶପଥ ଗ୍ରହଣ କରିଥିଲେ । ରାଜ୍ୟ ଗୃହ ଓ ନଗରଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନବନିର୍ବାଚିତ ମେୟର ଓ କର୍ପୋରେଟର ମାନଙ୍କୁ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭବାନୀ ଶଙ୍କର ଚୟନୀ, କଟକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ପ୍ରଶାସକ କଟକ ମହାନଗର ନିଗମ ଅନିଲ କୁମାର ସାମଲ ଅଧ୍ୟକ୍ଷ, ସିଏମସି କମିଶନର ଅନନ୍ୟା ଦାସ ପ୍ରମୁଖ ଯୋଗଦେଇ ନିର୍ବାଚିତ ପ୍ରତିନିଧି ମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ କଟକ ସହରକୁ ଏକ ନୂତନ ରୂପରେଖ ଦେବେବୋଲି ଆଶାପ୍ରକାଶ କରିଥିଲେ ।
କଟକର ୫୯ଟି ୱାର୍ଡ ମଧ୍ୟରୁ ୩୮ଟି ବିଜେଡି ହାତକୁ ଯାଇଥିବାବେଳେ ଦୁଇ ବିରୋଧୀ ଦଳ କଂଗ୍ରେସ ୮ ଓ ବିଜେପିର ୭ ସହ ସ୍ୱାଧୀନ ପ୍ରାର୍ଥୀ ୬ଟି ୱାର୍ଡ ହାତେଇ ଥିଲେ । ଏହି ସମସ୍ତ ବିଜୟୀମାନଙ୍କୁ ନେଇ ଗୁରୁବାର ଶପଥ ପାଠ କରାଯାଇ ଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି