ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର

ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର

ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର

News by Maheswar Behera (Baramba)

#ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଏଭଳି ଅବସ୍ଥା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି । ଶୋଚନୀୟ ଅବସ୍ଥା ଥିବା ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ଏହି ମେଳାରେ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରବଳ ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି । କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି । ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୨୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ବ୍ରିଜ ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା । ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନଥିବାରୁ ବ୍ରିଜ୍ ଉପରେ ହାଠତ୍ ଜାମ୍ ହୋଇ ଯାଇଥିଲା । ଫଳରେ ଦଳାଚକଟା ହୋଇଥିଲା । ଦଳାଚକଟାରୁ ରକ୍ଷା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ । ଦଳାଚକଟା ବେଳେ ବ୍ରିଜ୍ ଉପରେ ୫୦ ହଜାରରୁ ଅଧିକ ଲୋକ ଥିଲେ । ତେବେ ବ୍ରିଜ୍ ତଳେ ପୀଠକୁ ପହଞ୍ଚିବା ନିମନ୍ତେ ଏକ ମାଟି ଚଲା ରାସ୍ତା ଥିଲେ ମଧ୍ୟ ଏକାକୁ ବନ୍ଦ କରି ଦିଆଯାଇଥିଲା । ବ୍ରିଜର ଉଭୟ ପାର୍ଶ୍ୱରୁ ପ୍ରାୟ ୪ କିଲୋମିଟର ଚଲାପଥ ରାସ୍ତା ଏହି ପୀଠକୁ ରହିଥିଲା । ଦଳାଚକଟା ପରେ ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପୁଲିସ ପକ୍ଷରୁ ଡାକବାଜି ଯୋଗେ ପ୍ରଚାର କରି କୁହାଯାଉଛି । ବ୍ରିଜ୍ ଉପରେ ଲୋକଙ୍କୁ ଅଟକାଇ ଘରକୁ ଚାଲିଯିବାକୁ ମଧ୍ୟ କୁହାଯାଉଛି । ତେବେ ଏଭଳି ଅଘଟଣ ଘଟିବା ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ